ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ପିଏମଶ୍ରୀ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅଭ୍ୟୁଦୟ ଅନୁଷ୍ଠିତ ହୋଇଯାଇଛି। ପିଏମଶ୍ରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସମାରୋହ ରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I ଏଥିରେ ହାସ୍ୟକବି ରସରାଜ ଅଚ୍ୟୁତ ପୁରୋହିତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ I ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ମଞ୍ଜୁଲତା ଭୋଇ , ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରଦ୍ୟୁମ୍ନ ପୋଢ଼ , ପଞ୍ଚସଖା ଶିକ୍ଷା ସେତୁ କମିଟିର ସଭାପତି ଶିବ ନାରାୟଣ ମେହେର , ସ୍ବେଚ୍ଛାସେବୀ ଶରତ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଚନ୍ଦ୍ରମଣି ବାଘ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାମ୍ପା ବିଶ୍ବାଳ ଓ ପଙ୍କଜିନି ମେହେର ସଭା ସଂଯୋଜନା କରିଥିଲେ । ଶେଷରେ ପଦ୍ମନାଭ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହିତ ଶ୍ରେଷ୍ଠ ଜେଆରସି ଛାତ୍ରୀ ଭାବେ ଅର୍ଚ୍ଚନା ନାଏକ, ଶ୍ରେଷ୍ଠ ସ୍କାଉଟ ଭାବେ ମୟୁରେଶ ମିଶ୍ର , ଶ୍ରେଷ୍ଠ ଗାଇଡ ସୁଜାତା ଷାଣ୍ଢ , ଶ୍ରେଷ୍ଠ ଇକୋ କ୍ଲବ ଛାତ୍ରୀ ସନ୍ଧ୍ୟାରାଣୀ ମେହେର , ଶ୍ରେଷ୍ଠ ରେଡ ରିବନ କ୍ଲବ ଛାତ୍ରୀ ଭାବେ ରିୟା ଦଣ୍ଡସେନା ଙ୍କୁ ପୁରସ୍କୃତ କରାଯାଇଥିଲା । ସଭା ଶେଷରେ ସ୍କୁଲର ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I
ସୁବଳୟା ପିଏମ୍ ଶ୍ରୀ ହାଇସ୍କୁଲ ର ବାର୍ଷିକ ଉତ୍ସବ ପାଳିତ
