୩୫ଟି ଫିକ୍ସଡ ଡୋଜ ଉପରେ ଲାଗିଲା କଟକଣା


ଓଡ଼ିଶା ଡଟ୍ ନ୍ୟୁଜ୍: ବଜାରରେ ବିକ୍ରି ହେଉଥିବା ୩୫ ପ୍ରକାର ଫିକ୍ସଡ ଡୋଜ୍ ଔଷଧ ଉପରେ କଟକଣା ଲଗାଇଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ୩୫ଟି ଫିକ୍ସଡ୍ ଡୋଜ କମ୍ବିନେସନ୍ ବା ନିଶ୍ଚିତ ଡୋଜ୍ ମିଶ୍ରଣ ଔଷଧ (FDC)ର ଉତ୍ପାଦନ, ବିକ୍ରୟ ତଥା ବଣ୍ଟନ ଉପରେ ତୁରନ୍ତ କଟକଣା ଲଗାଯାଇଛି । ଏଥିରେ ରହିଛି ପେନ କିଲର, ଆଣ୍ଟିବାୟୋଟିକ୍, ଆଣ୍ଟି ଡିପ୍ରେସନ୍, ନ୍ୟୁଟ୍ରିସନ୍ ସପ୍ଲିମେଣ୍ଟ ଓ ମଧୁମେହ ପ୍ରତିରୋଧୀ ଔଷଧ । ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ତାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତକୁ ଏନେଇ ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟାନ୍‌ର ମୂଳ ଉଦ୍ଦେଶ୍ୟ ଅଣ ଅନୁମୋଦିତ ଔଷଧଗୁଡ଼ିକ ଯୋଗୁଁ ଜନସ୍ୱାସ୍ଥ୍ୟ ଉପରେ ହେଉଥିବା ବିପଦକୁ ରୋକିବା । ଅନ୍ୟପଟେ, ଏହି ବ୍ୟାନ ସାଧାରଣରେ ଚିନ୍ତା ସୃଷ୍ଟି କରିଛି । ଅନେକ ରୋଗୀ ଏହି FDC ଔଷଧ ଉପରେ ନିର୍ଭରଶୀଳ ଥିଲେ । ଯାହା ଅପେକ୍ଷାକୃତ ଶସ୍ତା ଓ ସୁଲଭ ଥିଲା । ଏହାର ବ୍ୟାନ୍‌ ପରେ ବିକଳ୍ପ ଔଷଧଗୁଡ଼ିକର ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି ।