ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ କ୍ଷେମାଲୋଏ ଗ୍ରାମ ପଞ୍ଚାୟତର ପିଅନ ମହେନ୍ଦ୍ର ପୁରୋହିତ ନିୟମିତ କାର୍ଯ୍ୟଳୟରେ ଉପସ୍ଥିତ ରହୁ ନ ଥିବାର ସରପଞ୍ଚ ଅଭିଯୋଗ କରିଛନ୍ତି। ଏଥିପାଇଁ ସରପଞ୍ଚ ଶ୍ରୀ ପୁରୋହିତ ଙ୍କୁ କୈଫିୟତ ତଲବ କରିଛନ୍ତି । ପ୍ରାପ୍ତ ସୂଚନା ମତେ କ୍ଷେମାଲୋଏ ଗ୍ରାମ ପଞ୍ଚାୟତର ପିଅନ ନିୟମିତ କାର୍ଯ୍ୟାଳୟ କୁ ନ ଆସିବାରେ ସରପଞ୍ଚ , କ୍ଷେମାଲୋଏ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ଚିଠି ନଂ-୧୦୦୫,ତା ୭-୧୧-୨୦୨୪ର ଅନୁକରଣ କରି ଗ୍ରା ପ ଚିଠି ନଂ୮୧ ତା୧୯-୧୧-୨୦୨୪ ରେ ଗ୍ରାମ ପଞ୍ଚାୟତର ପିଅନଙ୍କୁ ନିୟମିତ ଅଫିସ ଖୋଲିବାକୁ ଜଣାଇଥିଲେ I ମାତ୍ର ପିଅନ ଶ୍ରୀ ପୁରୋହିତ ପୁନର୍ବାର ଅନୁପସ୍ଥିତ ରହିବାରୁ ଚିଠି ନଂ୧୪ ତା୨୮-୦୧-୨୦୨୫ , ଚିଠି ନଂ ୩୦ ତା ୦୩-୦୩-୨୦୨୫ ,ଚିଠି ନଂ ୪୨ ତା ୦୪-୦୪-୨୦୨୫ ମତେ ଅନୁପସ୍ଥିତିର କାରଣ ସହିତ କୈଫିୟତ ତଲବ କରିଥିଲେ ଓ ପରିପତ୍ର ସଂଖ୍ୟା ୪୩ ତା ୦୪-୦୪-୨୦୨୫ ମତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉଲୁଣ୍ଡା ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ, ସୁବର୍ଣ୍ଣପୁର ଙ୍କୁ ଅବଗତ କରାଇଥିଲେ । ଏହି କ୍ରମରେ ଗ୍ରାମ ପଞ୍ଚାୟତରେ ପ୍ରସ୍ତାବ ମଧ୍ୟ ଗୃହିତ ହୋଇଛି। ସରପଞ୍ଚଙ୍କ ଠାରୁ ଚିଠି ପାଇଲା ପରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଚିଠି ନଂ ୩୭୭(ଗ୍ରାପ)/୧୦-୦୪-୨୦୨୫ ମତେ ଏକ ତଦନ୍ତ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଥାଉକି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉଲୁଣ୍ଡା ଙ୍କ ତଦନ୍ତ ପରେ ସଂପୃକ୍ତ ପିଅନ ଶ୍ରୀ ପୁରୋହିତଙ୍କୁ ନିୟମାନୁସାରେ କାର୍ଯ୍ୟରୁ ବହିଷ୍କାର କରାଯିବ ବୋଲିି ସରପଞ୍ଚ ସୂଚୀତ କରିଛନ୍ତି ।
କ୍ଷମlଲୋଏ ଗ୍ରାମ ପଞ୍ଚାୟତର ପିଅନ ଙ୍କ ମନୋମୁଖୀ କାମ ଅଭିଯୋଗ
