Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ବଡ଼ ଶାଳ ଗଛ କଟା ଘଟଣା: ବନ ବିଭାଗ ସେଣ୍ଟ୍ରିଙ୍ଗ ଭାଙ୍ଗି ଜବତ କଲା କାଠ: ତଦନ୍ତ ଅବ୍ୟାହତ

ବାଲିଗୁଡା, ତା, ୨୦/୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): ପୋଲ ନିର୍ମାଣରେ ମୂଲ୍ୟବାନ ଶାଳ କାଠକୁ ସେଣ୍ଟ୍ରିଙ୍ଗରେ ବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।ଏହି ଖବର ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶିତ ପରେ ବନ ବିଭାଗର ତତ୍ପରତା ଦେଖିବାକୁ ମିଳିଛି। ସକାଳ ସମୟରେ ବନ ବିଭାଗ ସ୍ଥିତି ପରଖି ଥିବାବେଳେ ଅପରାହ୍ନରେ ବିଭାଗ ଆକ୍ସନ ମୁଡ଼କୁ ଆସିଛି। ଦୁଇଟି ଟ୍ରାକ୍ଟର ସମେତ ବନପାଳ ବନିତା ପ୍ରଧାନ, ବନରକ୍ଷୀ ସଞ୍ଜୀବ ବେହେରା ସଦଳବଳ ଓ ଶ୍ରମିଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ସେଣ୍ଟ୍ରିଙ୍ଗକୁ ବାହାର କରବା ସହ ମୂଲ୍ୟବାନ ଶାଳ କାଠକୁ ବିଭାଗ ଜବତ କରିଛି। ବିଭାଗ ଏବେ ଉକ୍ତ ଠିକା ସଂସ୍ଥା ଓ ସେଥିରେ ସମ୍ପୃକ୍ତି ବ୍ୟକ୍ତିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବନପାଳ ବନିତା ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି, ଜଙ୍ଗଲରୁ ବହୁ ମୂଲ୍ୟବାନ କାଠ କଟାଯାଇଥିବା ଆଶଙ୍କା କରାଯାଇଛି । ପୂର୍ବରୁ ଉକ୍ତ କାଠ ଅନ୍ୟ ଜଙ୍ଗଲରୁ ଅଣାଯାଇଥିବା ଓ ସେଥିପାଇଁ ରୟାଲଟି ପ୍ରଦାନ କରାଯାଇଥିବା ଠିକା ସଂସ୍ଥା କହୁଛି। ତେବେ ଏନେଇ ବନ ବିଭାଗ ନିକଟରେ ଏବେ ସୁଦ୍ଧା କୌଣସି ପ୍ରମାଣ ମିଳିନାହିଁ। କେବଳ ବେଆଇନ ଜଙ୍ଗଲରୁ କାଠ ଟ୍ରାକ୍ଟର ଯୋଗେ ଅଣାଯାଉଥିବାବେଳେ ବୁଡ଼ାଗୁଡା ବନପାଳ ଟ୍ରାକ୍ଟର ଠାରୁ ରୟାଲଟି କଟା ଯାଇଥିଲା। ଏଥିସହ ସିମନବାଡି ସେକ୍ସନରେ କାମ କରାଯାଉଥିବା ଉକ୍ତ ପୋଲ ସେଣ୍ଟ୍ରିଙ୍ଗ ପାଇଁ କାଠ ବ୍ୟବହାର କରାଯାଉଥିଲେ ମଧ୍ୟ କୌଣସି ଅନୁମତି ନିଆଯାଇ ନ ଥିନା ବିଭାଗ କହିଛି। ସେହିପରି ବାଲିଗୁଡା ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ କାଠ ଜବତ କରାଯାଉଥିବା ବନପାଳ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ