Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

‘ଦ କେରଳ ଷ୍ଟୋରୀ’ ବ୍ୟାନ୍‌ ପ୍ରସଙ୍ଗ; ୧୨ରେ ଶୁଣାଣି

ନୂଆଦିଲ୍ଲୀ: ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ବିବାଦ ଜାରି ରହିଥିବା ବେଳେ ମାମଲା ଏବେ ସିଧାସଳଖ ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି। କିଛି ରାଜ୍ୟରେ ଫିଲ୍ମକୁ ବ୍ୟାନ୍‌ କରାଯାଇଥିବା ବେଳେ ଆଉ କିଛି ରାଜ୍ୟରେ ଫିଲ୍ମକୁ ଗ୍ରୀନ୍‌ ସିଗ୍‌ନାଲ ମିଳିଛି। ବ୍ୟାନ୍‌କୁ ବିରୋଧ କରି ଚଳଚ୍ଚିତ୍ର ନିର୍ମାତା ସୁପ୍ରିମ୍‌କୋଟ୍‌ର ଦ୍ବାରସ୍ଥ ହୋଇଛନ୍ତି। ପଶ୍ଚିମବଙ୍ଗରେ ଏହାର ସ୍କ୍ରିନିଂ ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ନିର୍ମାତା। ଏହି ମାମଲାର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟଳୟ ମେ ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫିଲ୍ମର ସ୍କ୍ରିନିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତାମିଲନାଡୁରେ ମଲ୍ଟିପ୍ଲେକ୍ସ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଇ ସ୍କ୍ରିନିଂକୁ ବାତିଲ କରାଯାଇଛି।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତୋ ସେନ। ଏଥିରେ କେରଳର ମହିଳାମାନେ କିପରି ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଦ୍ୱାରା ବଳପୂର୍ବକ ଭାବେ ରୂପାନ୍ତରିତ ହୋଇଥିବା ଚିତ୍ର ଦର୍ଶାଯାଇଛି।