ପାକିସ୍ତାନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍


ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ ନରସଂହାର ପରେ ରକ୍ତ ଚାଉଳ ଚୋବାଉଛି ଭାରତ । ଯୁଦ୍ଧ ପାଇଁ ପ୍ରସ୍ତୁତି ଚଲାଇଛି । ହେଲେ ତା’ପୂର୍ବରୁ ଏମିତି ଆକ୍ସନ ନେଉଛି ଯେ, ଯେମିତି ପାକିସ୍ତାନର ଅଣ୍ଟା ଭାଙ୍ଗିଯିବ । ଓ୍ବାଟର୍ ଷ୍ଟାଇକ ପରେ ଏବେ ଭାରତ ପାକିସ୍ତାନକୁ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି ।

ପାକିସ୍ତାନର ୟୁଟ୍ୟୁବ୍ ଚ୍ୟାନେଲକୁ ଭାରତରେ ବ୍ୟାନ କରି ଦେଇଛନ୍ତି ମୋଦି ସରକାର । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଏହା ପାକିସ୍ତାନ ବିରୋଧରେ ଦ୍ବିତୀୟ ବଡ଼ ଆକ୍ସନ ବୋଲି କୁହାଯାଉଛି । ପାକିସ୍ତାନର ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ ।

ପୂର୍ବରୁ ମଧ୍ୟ ଭାରତ ସୋସିଆଲ ମିଡ଼ିଆ ଉପରେ ଆକ୍ସନ ନେଇ ସାରିଛି । ଆତଙ୍କବାଦୀଙ୍କ ନରସଂହାର ପରେ ଭାରତ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ କର୍ତ୍ତୃପକ୍ଷଙ୍କୁ ପାକିସ୍ତାନର ସରକାରୀ ଆକାଉଣ୍ଟକୁ ବନ୍ଦ କରିବାକୁ ଆଇନଗତ ଦାବି କରିଥିଲେ । ଯାହାକୁ ଏଲେନ ମସ୍କଙ୍କ ଏକ୍ସ ଗ୍ରହଣ କରିବା ସହ ପାକିସ୍ତାନର ଏକ୍ସ ଆକାଉଣ୍ଟକୁ ବ୍ଲକ କରି ଦେଇଛନ୍ତି । ଏବେ ୧୬ଟି ୟୁଟ୍ୟୁବ୍ ଚ୍ୟାନ ବ୍ୟାନ ଦ୍ବାରା ପାକିସ୍ତାନ ଆଉ ଭାରତ ବିରୋଧରେ ଅପପଅଚାର କରିବାକୁ ସୋସିଆଲ ମିଡ଼ିଆକୁ ବ୍ୟବହାର କରିପାରିବନି ।