ଓଡ଼ିଶା ଡଟ୍ ନ୍ୟୁଜ୍: ଏଟିଏମରେ ଟ୍ରାଞ୍ଜାକ୍ସନ ନିୟମ ଆଜିଠାରୁ ବଦଳି ଯାଇଛି । ଫ୍ରି ଲିମଟରୁ ଅଧିକ ଥର ଟଙ୍କା ଉଠାଇଲେ ବ୍ୟାଙ୍କକୁ ଟଙ୍କା ଦେବାକୁ ପଡ଼ିବ ଚାର୍ଜ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କକୁ ଫ୍ରି ଲିମିଟ ପରେ ଏଟିଏମ ସେବା ଚାର୍ଜ ବଢ଼ାଇବାକୁ ଅନୁମତି ଦେଇଛି ।
ନୂଆ ଗାଇଡଲାଇନ ଅନୁସାରେ ଗ୍ରାହକ ପ୍ରତି ମାସରେ ନିଶ୍ଚିତ ସଂଖ୍ୟକ ଟ୍ରାଞ୍ଜାକ୍ସନ କରି ପାରିବେ । ମେଟ୍ରୋ ସହର ଗୁଡିକରେ ଫ୍ରି ଟ୍ରାଞ୍ଜାକ୍ସନ ୩ ଥର ରହିଥିବା ବେଳେ ସହରାଞ୍ଚଳରେ ୫ ଥର ରହିଛି । ବଡ଼ କଥା ହେଉଛି ଏହି ଫ୍ରି ଟ୍ରାଞ୍ଜାକ୍ସନରେ ଫାଇନାନସିଆଲ ଓ ନନଫାଇନାନସିଆଲ ଆକ୍ଟିଭିଟିଜ ସାମିଲ ରହିଛି । ଏହାପରେ ଯଦି ଆପଣ ଏଟିଏମରୁ ଟଙ୍କା ଉଠାନ୍ତି ତେବେ ଆପଣଙ୍କୁ ଏଟିଏମ ଚାର୍ଜ ବାବଦକୁ ଟଙ୍କା ଗଣିବାକୁ ପଡ଼ିବ ।
ସୂଚନାଯୋଗ୍ୟ, ବିଭିନ୍ନ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଣ ପାଇଁ ଭିନ୍ନ ଭିନ୍ନ ଫ୍ରି ଟ୍ରାଞ୍ଜାକ୍ସନ ରଖିଛନ୍ତି । ଏହା ବାଦ, ଟଙ୍କା ଉଠାଇଲେ ବ୍ୟାଙ୍କକୁ ଚାର୍ଜ ଦେବାକୁ ପଡ଼ିବ । ମେଟ୍ରୋ ସିଟିରେ ୩ଟି ଫ୍ରି ଟ୍ରାଞ୍ଜାକ୍ସନ ପାଇବେ ଗ୍ରାହକ । ଅର୍ଥାତ ୩ଟି ଟ୍ରାଞ୍ଜାସନ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବନି । ସହରାଞ୍ଚଳରେ ୫ଟି ଟ୍ରାଞ୍ଜାକ୍ସନ ଫ୍ରି ରହିଛି । ଟଙ୍କା ଉଠାଣ, ବାଲାନ୍ସ ଓ ମିନିଷ୍ଟେଟମେଣ୍ଟ ଟ୍ରାଞ୍ଜାକ୍ସନରେ ଗଣା ହେବ । ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇଲେ ଟଙ୍କା ଗଣିବାକୁ ପଡ଼ିବ । ପ୍ରତି ଟ୍ରାଞ୍ଜାକ୍ସନକୁ ଦେବାକୁ ପଡ଼ିବ ୨୩ ଟଙ୍କା ।