Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାନ୍ଧାରିଭୁଇଁ ଗ୍ରାମରେ ୨୬ ଟିକିଆ ହାତୀପଲ ଉପଦ୍ରବ: କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଅଧିକାରୀ

ବାଲିଗୁଡା, ତା, ୦୨/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ଇନ୍ଦ୍ରାଗଡ଼ ପଞ୍ଚାୟତର ଗାନ୍ଧାରିଭୁଇଁ ଗ୍ରାମରେ ୨୬ ଟିକିଆ ହାତୀପଲ ପଶି ବ୍ୟାପକ ଉପଦ୍ରବ କରି ୪ଜଣଙ୍କ ଘର ଭାଙ୍ଗିବା ସହ ଧାନ, ଚାଉଳ ଖାଇ ନଡ଼ିଆ ଗଛ, କଦଳୀ ଗଛ ଆଦି ଭାଙ୍ଗି ନଷ୍ଟ କରି ଦେଇଥିଲେ। ଏ ନେଇ ରାଇକିଆ ବ୍ଲକ ପ୍ରଶାସନ ପକ୍ଷରୁ ରୁରାଲ ହାଉସିଂ ବିପିଏମ୍‌ କମଲ ନାୟକ, ପିଇଓ ବସନ୍ତ ପଣ୍ଡା ଉକ୍ତ ଗ୍ରାମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। କ୍ଷତିଗ୍ରସ୍ତଙ୍କୁ ଭେଟିବା ସହ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଅନ୍ତୋଦୟ ଯୋଜନାରେ ସାମିଲ କରାଯିବା ପାଇଁ ସର୍ଭେ କରଯାଇଥିଲା। ଏପରି କି ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ ମଧ୍ୟ କରଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ