ପାକିସ୍ତାନ ଅଲାଜୁକ: ବୁଝାଇବାର ସମୟନ ନୁହେଁ, ଜବାବ ଦେବାର ସମୟ…


ଓଡ଼ିଶା ଡଟ୍ ନ୍ୟୁଜ: ପହଲଗାମ ନରସଂହାରକୁ ନେି ସାରା ଦେଶରେ ଆକ୍ରୋଶ । ସମସ୍ତଙ୍କର ଗୋଟିଏ ଦାବି ପାକିସ୍ତାନଠାରୁ ପ୍ରତିଶୋଧ ନିଆଯାଉ । କେବଳ ହିନ୍ଦୁ ନୁହେଁ ପ୍ରତିଟି ଭାରତୀୟଙ୍କର ଏମିତି ଇଚ୍ଛା । ପାକିସ୍ତାନକୁ ନେଇ ପୁଣି ବର୍ଷିଛନ୍ତି ଏଆଇଏମଆଇଏମ୍ ନେତା ଅସଦୁଦ୍ଦିନ ଓଓ୍ବେସି । କହିଛନ୍ତି, ପାକିସ୍ତାନ ଅଲାଜୁକ । ଏହା ଗୋଟିଏ ବିଫଳ ରାଷ୍ଟ୍ର । ତେଣୁ ପାକିସ୍ତାନକୁ ଏବେ ବୁଝାଇବା ନୁହେଁ ବରଂ ସଜ୍ଜା ଦେବାର ସମୟ ।

ପହଲଗାମ୍ ଆକ୍ରମଣ ପରେ ଏବେ ସମସ୍ତେ ପାକିସ୍ତାନ ବିରୋଧରେ ବିଷୋଦଗାର କରିବାରେ ଲାଗିଛନ୍ତି । ଆଉ ଏହାରି ଭିତରେ ଏଆଇଏମଆଇଏମ୍ ନେତା ଅସଦୁଦ୍ଦିନ ଓ୍ୱବେସୀ ମଧ୍ୟ ପାକିସ୍ତାନକୁ ଗାଳି କରିଛନ୍ତି । ସେ କହିଛନ୍ତି, ଆମ ସରକାର ପାକିସ୍ତାନକୁ କଡ଼ା ଜବାବ ଦେବ । ଆତଙ୍କବାଦୀମାନେ ପାକିସ୍ତାନରୁ ଆସି ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରୁଛନ୍ତି । ହେଲେ ଆତଙ୍କବାଦୀମାନେ ଏବେ ଶେଷ ହୋଇଯିବେ । ପାକିସ୍ତାନୀମାନେ ନିର୍ଲଜ୍ଜ । ଆମେ ପଠାନକୋଟ ଏବଂ ମୁମ୍ବାଇ ଆକ୍ରମଣର ପ୍ରମାଣ ପାକିସ୍ତାନକୁ ଦେଇଥିଲୁ, କିନ୍ତୁ ପାକିସ୍ତାନ କିଛି କଲା ନାହିଁ । ପାକିସ୍ତାନ କେବେ ବି ଗ୍ରହଣ କରିବ ନାହିଁ ଯେ, ଆତଙ୍କବାଦୀମାନେ ତାଙ୍କ ମାଟିରୁ ଆସି ଭାରତ ଉପରେ ଆକ୍ରମଣ କରନ୍ତି । ପାକିସ୍ତାନକୁ ବୁଝାଇବାର ସମୟ ଶେଷ ହୋଇଯାଇଛି, ଏବେ ଚିନ୍ତା କରିବାର ସମୟ ନୁହେଁ ବରଂ ଜବାବ ଦେବାର ସମୟ ବୋଲି ସେ କହିଛନ୍ତି ।

ଅନ୍ୟପଟେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୨୬ ଜଣଙ୍କୁ ସହିଦ ମାନ୍ୟତା ଦିଆଯାଉ ବୋଲି ଓଓ୍ବେସୀ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ଯେଉଁମାନେ ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଆଖି ବୁଜିଲେ, ସରକାର ତାଙ୍କୁ ସହିଦ ବୋଲି ବିବେଚନା କରିବା ଉଚିତ ଏବଂ ତାଙ୍କ ପରିବାରକୁ ଉପଯୁକ୍ତ ସମ୍ମାନ ଦେବା ଉଚିତ ବୋଲି ସେ କହିଛନ୍ତି ।