ନିଜ ଦେଶରେ ବିରୋଧ, ୪ ଖଣ୍ଡ ହେବ ପାକିସ୍ତାନ


ଓଡ଼ିଶା ଡଟ୍ ନ୍ୟୁଜ୍: ପିଓକେ ଲୋକେ ଭାରତରେ ମିଶିବାକୁ ଅନାଇ ବସିଛନ୍ତି । ବଲୁଚ, ପସ୍ତୁନ, ସିନ୍ଧ ଅଲଗା ହେବାକୁ ଦାବି କରୁଛନ୍ତି । ଆଉ ପାକିସ୍ତାନ ଭାରତକୁ ନାଲି ଆଖି ଦେଖାଉଛି । ଯୁଦ୍ଧ ହେଲେ ପାକିସ୍ତାନ ୪ ଖଣ୍ଡ ହେବା ନିଶ୍ଚିତ ଜାଣି ମଧ୍ୟ ନିଜ ଦେଶକୁ ଛାରଖାର କରିବାରେ ଲାଗିଛିନ୍ତି ଦେଶର ସରକାର ଓ ସେନା । ଦିନକୁ ଦୁଇ ବେଳା ଖାଇବାକୁ ପାଉ ନଥିବା ପାକିସ୍ତାନୀ ଏବେ ନାଚାର । ଏମାନଙ୍କୁ ଯୁଦ୍ଧ ମୁହାଁକୁ ଠେଲି ଦେଇଥିବା ନେତା ସ ସେନା ଅଧିକାରୀ ନିଜ ନିଜ ପରିବାରକୁ ସୁରକ୍ଷିତ ବିଦେଶ ପଠାଇବାରେ ଲାଗିଛି । ଆଉ ଭାରତକୁ ଯୁଦ୍ଧ କରିବାକୁ ଉସକାଇ ନୀରିହ, ନାଚାର, ଭୋକିଲା ପାକିସ୍ତାନୀଙ୍କୁ ଯୁଦ୍ଧ ମୁହାଁକୁ ଠେଲି ଦେଇଛନ୍ତି । ଆଉ ଏହାରି ଭିତରେ ନିଜ ଦେଶରେ ପାକିସ୍ତାନକୁ ବିରୋଧ ଆରମ୍ଭ ହୋଇଯାଇଛି ।   

ବଲୁଚିସ୍ତାନରେ ପାକିସ୍ତାନ ବିରୋଧୀ ନାରା ଶୁଭୁଛି । ବାଲୁଚିସ୍ତାନର ନେତା ପାକିସ୍ତାନ ବିରୋଧରେ ବୟାନବାଜି କରୁଥିବା ଦେଖିବାକୁ ମିଳୁଛି । ବଲୁଚିସ୍ତାନର ନେତା ପାକିସ୍ତାନକୁ ତା’ର ପରାଜୟ କଥା ମନେ ପକାଇବା ସହ ପାକିସ୍ତନ କିଭଳି ନିଜ ଲୋକମାନଙ୍କୁ ନିର୍ଯାତନା ଦେଉଥିଲା ତାହାକୁ ମନେ ପକାଇ ଦେଇଛନ୍ତି ।

ସେହିପରି ଇସଲାମାବାଦର ଲାଲ୍ ମସଜିଦ୍‌ର ପ୍ରମୁଖ ମୌଲାନା ଅବଦୁଲ୍ ଅଜିଜ୍ ଘାଜୀ ନିକଟରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ଯେଉଁଥିରେ ସେ ଭାରତ-ପାକିସ୍ତାନ ଯୁଦ୍ଧରେ ପାକିସ୍ତାନକୁ ସମର୍ଥନ ନକରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ମୌଲାନା ଅଜିଜ୍ କହିଛନ୍ତି, ଏହି ଯୁଦ୍ଧ ଇସଲାମ ପାଇଁ ନୁହେଁ, ଜାତୀୟତାବାଦ ପାଇଁ । ପାକିସ୍ତାନରେ ମୁସଲମାନମାନେ ଭାରତ ଅପେକ୍ଷା ଅଧିକ ଅତ୍ୟାଚାର ସହୁଛନ୍ତି । ପାକିସ୍ତାନ ସେନା ଲାଲ୍ ମସଜିଦ ଓ ୱାଜିରିସ୍ତାନରେ ବୋମା ମାଡ଼ କରିଛି, ଯାହା ଭାରତ କେବେ କରିନାହିଁ । ଏହାସହ ସେ ବଲୁଚ, ପସ୍ତୁନ, ପିଟିଆଇ କର୍ମୀ, ମୌଲବୀ ଓ ସାମ୍ବାଦିକମାନଙ୍କୁ ପାକିସ୍ତାନରେ ବଳପୂର୍ବକ ଅପହରଣ କରାଯାଉଥିବା ଅଭିଯୋଗ କରିଛନ୍ତି । ଅଜିଜଙ୍କ ଏହି ବୟାନ ପାକିସ୍ତାନରେ ତୀବ୍ର ବିବାଦ ସୃଷ୍ଟି କରିଛି । ଲାଲ୍ ମସଜିଦ ପୂର୍ବରୁ ମଧ୍ୟ ଅନେକ ବିବାଦରେ ରହିଛି । ଖାସ୍‌ କରି ୨୦୦୭ ମସିହାରେ ପାକିସ୍ତାନ ସେନାର ଅପରେସନ୍ ପରେ, ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ଟିଟିପି ଭଳି ଆତଙ୍କବାଦୀ ସଂଗଠନ ସୃଷ୍ଟି ହୋଇଥିଲା । ମୌଲାନା ଅଜିଜଙ୍କ ଏହି ବୟାନ ପାକିସ୍ତାନ ସରକାର ଓ ସେନା ଭିତରେ ଝନକା ଭରି ଦେଇଛି ।