ଅମିତ ଶାହଙ୍କ ପ୍ରତିକ୍ରିୟା ପରେ ପାକିସ୍ତାନ ଉପରେ ବଡ଼ ଧରଣର ଆକ୍ରମଣ ନେଇ ଚର୍ଚ୍ଚା


ଓଡ଼ିଶା ଡଟ୍ ନ୍ୟୁଜ୍: ଅପରେସନ ସିନ୍ଦୂର ଥିଲା ଏକ ଟ୍ରେଲର । ଫିକ୍ଚର ଏବେ ବାକି ଅଛି । ପହଲଗାମ ଆତାଙ୍କାବଦୀ ଆକ୍ରମଣର ପ୍ରତିଶୋଧ ଅପରେସନ ସିଦୂର ସହ ଶେଷ ହୋଇ ଯାଇଛି ବୋଲି ଯଦି ଭାବୁଛନ୍ତି ତେବେ ଶୁଣନ୍ତୁ । ଏହା ଟ୍ରେଲର ଥିଲା, ପିକ୍ଚର ଆଗକୁ ଆସୁଛି । କାରଣ ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କୁ ସମୂଳେ ବିନାଶ କରିବାକୁ ପଣ କରିଛି ଭାରତ । ଆଉ ଇଏ ନୂଆ ଭାରତର । ଯାହା କହେ କରେ… ଯାହା ନକେହେ ତାହା ନିଶ୍ଚିତ କରେ… । ଏପରି କହିବାର କାରଣ ହେଲା ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତିକ୍ରିୟାରୁ ଏମିତି ଲାଗୁଛି । ଶୀଘ୍ର ଅପରେସନ ଅଲ୍ ଆଉଟ୍ ଆରମ୍ଭ ହୋଇପାରେ ।

ଅପରେସନ୍ ସିନ୍ଦୂର ପରେ ସୀମାନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ-ରାଜ୍ୟପାଳଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଅମିତ ଶାହ । ପାକିସ୍ତାନ ଓ ନେପାଳ ସୀମାନ୍ତ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପି ଓ ଉପ-ରାଜ୍ୟପାଳଙ୍କ ସହ ବୈଠକ କରିଛନ୍ତି । ବୈଠକରେ ଜମ୍ମୁକାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜୁରାଟ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ସିକିମ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଓ ଲଦାଖର ଉପ-ରାଜ୍ୟପାଳ ସାମିଲ ହୋଇଥିଲେ । ବୈଠକରେ ଏୟାରଷ୍ଟ୍ରାଇକ୍ ପରର ସ୍ଥିତିକୁ ନେଇ ଆଲୋଚନା କରାଯାଇଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ଶାହ । ଜରୁରୀ ସେବା ଓ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କହିଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଏସଡିଆରଏଫ୍, ସିଭିଲ ଡିଫେନ୍ସ, ହୋମଗାର୍ଡ ଓ ଏନସିସି କ୍ୟାଡରକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାଷ୍ଟ୍ର ବିରୋଧୀ ପ୍ରଚାର ଉପରେ ନଜର ରଖିବା ସହ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଅପରେସନ ସିନ୍ଦୂର ପରେ ଭାରତ- ପାକିସ୍ତାନ ସୀମାରେ ଉତ୍ତେଜନା ବଢିଛି । ପାକିସ୍ତାନ ପାଲଟା ଜବାବ ଦେବା ଆଶଙ୍କା ରହିଛି । ଏ ପରିସ୍ଥିତିରେ ସୀମାନ୍ତ ରାଜ୍ୟ ଗୁଡିକ ଉପରେ ଅଧିକ ବିପଦ ରହିଛି । ତେଣୁ ସୀମାବର୍ତ୍ତୀ ରାଜ୍ୟଗୁଡିକୁ ସତର୍କ କରାଇଛନ୍ତି ଅମିତ ଶାହ ।