ହାଇ ଆଲର୍ଟରେ ଉତ୍ତର ଭାରତର ୫ ରାଜ୍ୟ


ଓଡ଼ିଶା ଡଟ୍ ନ୍ୟୁଜ୍: ପାକିସ୍ତାନ ସହ ମୁହାଁମୁହିଁ ସ୍ଥିତି ଭିତରେ ସୁରକ୍ଷା ଦୃଷ୍ଟିରୁ ଉତ୍ତର ଭାରତର ୫ ରାଜ୍ୟକୁ ହାଇଆଲର୍ଟରେ ରଖଯାଇଛି । ଜମ୍ମୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ ଓ ଉତ୍ତର ପ୍ରଦେଶରେ ଭାରତ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଏପଟେ ଆରବ ସାଗରରେ ନୌସେନାର ଯୁଦ୍ଧାଭ୍ୟାସ କରୁଛି । ବିଭିନ୍ନ ସ୍ଥାନରେ ସେନାର ଚାଲିଛି ଜୋରଦାର ଅପରେସନ୍‌ । 

ପ୍ରଚଣ୍ଡ ଆକ୍ରମଣରୁ ବର୍ତ୍ତିପାରିଲାନି ଇସାଲାମାବାଦ, ଲାହୋର, ରାୱଲପିଣ୍ଡି, ପେଶାୱର ସମେତ ୧୦ରୁ ଅଧିକ ସହର । ଭାରତର ଉଗ୍ରରୂପ ଦେଖି ପାକିସ୍ତାନରେ ଆତଙ୍କ । ଅପରେସନ୍‌ ସିନ୍ଦୂର ପରେ ପାକିସ୍ତାନର ହଜିଛି ନିଦ । ଗୁରୁବାର ରାତିରେ ପାକିସ୍ତାନ ପଟୁ ଅନ୍ତର୍ଜାତୀୟ ସୀମା ନିକଟରେ ଜମ୍ମୁ କାଶ୍ମୀର, ରାଜସ୍ଥାନ ଓ ପଞ୍ଜାବର ଏକାଧିକ ସ୍ଥାନକୁ ଟାର୍ଗେଟ୍‌ କରି ବହୁସଂଖ୍ୟାରେ ରକେଟ୍‌, ଡ୍ରୋନ୍‌ ଏବଂ ଗୋଳା ବର୍ଷା କରାଯାଇଥିଲା । ତେବେ ଭାରତ ଏହି ସମସ୍ତ ଆକ୍ରମଣକୁ ପଣ୍ଡ କରିବା ସହ ପାକିସ୍ତାନରେ ପଶି ପ୍ରଚଣ୍ଡ ଆକ୍ରମଣ କରିବା ସହ ବଡ଼ ବଡ଼ ସହରକୁ ଧ୍ବଂସସ୍ତୁପରେ ପରିଣତ କରି ଦେଇଛି ।