ଓଡ଼ିଶା ଡଟ୍ ନ୍ୟୁଜ୍: ଗତ ରାତିରେ ଭାରତର ତାଣ୍ଡବରୁ ପାକିସ୍ତାନ କିଛି ଶିକ୍ଷା ଲାଭ କରିବା ଭଳି ମନେ ହେଉନି । ଭାରତ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ପାକିସ୍ତାନର ୧୦ ସହରକୁ ଶ୍ମଶାଣ ବନାଇ ଦେଇଛି ଭାରତ । ଏହା ପରେ ବି ପାକିସ୍ତାନ ପୁଣି ଆକ୍ରମଣ ପାଇଁ ଯୋଜନା କରୁଛି । ପାକିସ୍ତାନ ପଞ୍ଜାବର ଚଣ୍ଡିଗଡ଼ରେ ଡ୍ରୋନ ଆକ୍ରମଣ କରିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଯୁଦ୍ଧ ସାଇରନ୍ ବଜାଯାଇ ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଏହାସହ ଏୟାରଫୋର୍ସ ଷ୍ଟେସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଯୁଦ୍ଧ ସାଇରନ୍ ବାଜିବା ପରେ ସକ୍ରିୟ ହୋଇଛି ସମସ୍ତ ଏୟାର ଡିଫେନ୍ସ ସିଷ୍ଟମ । ସ୍ଥାନୀୟ ଲୋକଙ୍କୁ ଘର ଭିତରେ ରହିବାକୁ ଅପିଲ୍ କରାଯାଇଛି । କୌଣସି ପରିସ୍ଥିତିରେ ଘର ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଏପରିକି ଘର ବାଲକୋନିକୁ ବି ଆସିବାକୁ ସୋଶାଲ ମିଡିଆରେ ଚଣ୍ଡିଗଡ଼ ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଘଟଣା ଉପରେ କଡ଼ା ନଜର ରଖିଛି ଭାରତୀୟ ସେନା ।