ଓଡ଼ିଶା ଡଟ୍ ନ୍ୟୁଜ୍: ହାଇପରସୋନିକ୍ ବାଲିଷ୍ଟିକ୍ ମିସାଇଲ୍ ଫତେହ-୨କୁ ନେଇ ଫୁଟାଣି ମାରୁଥିବା ପାକିସ୍ତାନର ଫୁଟାଣି ଛାଡ଼ିଗଲା । ହରିୟାଣାର ସିରସାରେ ମଝି ଆକାଶରେ ଫତେହ-୨କୁ ଫଟାଇ ଦେଲା ଭାରତୀୟ ସେନା । ପାକିସ୍ତାନ ଏବେ ଭାରତ ଉପରେ ଦୂରଗାମୀ ମିଜାଇଲ ଦ୍ୱାରା ଆକ୍ରମଣ କରିବା ଆରମ୍ଭ କରି ଦେଇଛି । ଭାରତ ମଧ୍ୟ ଏହି ଆକ୍ରମଣର ଉଚିତ ଜବାବ୍ ଦେଉଛି । ଭାରତର ପ୍ରତିରୋଧମୂଳକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ନୁର ଖାନ୍ ଏୟାରବେସ ଉପରେ ଆକ୍ରମଣରେ ସି-୧୩୦ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ।
ଫତେହ-୨ ହେଉଛି ଏକ ହାଇପରସୋନିକ୍ ବାଲିଷ୍ଟିକ୍ ମିସାଇଲ୍ ଯାହାର ରେଞ୍ଜ ୨୫୦ରୁ ୪୦୦ କିଲୋମିଟର । ଇରାନର ଏହି ମିଜାଇଲ ବହୁତ ଘାତକ । ଏହି ଗାଇଡେଡ୍ ଆର୍ଟିଲାରୀ ରକେଟ୍ ସିଷ୍ଟମଗୁଡ଼ିକ ଯୁଦ୍ଧକ୍ଷେତ୍ରରେ ଦମ ଦେଖାଇଥାଏ । ଫତେହ-୧, ଫତେହ-୨କୁ ପ୍ରାୟତଃ ଅନ୍ୟ ଆଧୁନିକ ଗାଇଡେଡ୍ ରକେଟ୍ ଯେପରିକି US HIMARS-ଲଞ୍ଚ ହୋଇଥିବା GMLRS କିମ୍ବା ଚୀନର PHL-ସିରିଜ୍ ସିଷ୍ଟମ ସହିତ ତୁଳନା କରାଯାଏ । କିନ୍ତୁ ଏହା ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆଗରେ ତିଷ୍ଠି ପାରିଲା ନାହିଁ ।
ସେପଟେ ପାକିସ୍ତାନ ପାଗଳଙ୍କ ପରି ସୀମାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ଚାଲିଛି । ଯାହାର କାଉଣ୍ଟର ଜବାବ ଭାରତ ତରଫରୁ ମିଳୁଛି । ଏହି କ୍ରମରେ ଭାରତ ପାକିସ୍ତାନର ୩ଟି ବାୟୁସେନା ଘାଟିକୁ ଟାର୍ଗେଟ କରିଛି । ଯେଉଁଥିରେ ନୁର ଖାନ୍ ଏୟାରବେସକୁ ବହୁତ କ୍ଷତି ହୋଇଥିବା ସୂଚନା ମିଳିଛି ।