Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଲିସ ଏବଂ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଗାଡ଼ିମୋଟର ଯାଞ୍ଚ ସହ ଜୋରିମାନା ଆଦାୟ

ବାଲିଗୁଡା ତା, ୧୪/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ହିଲ୍‌ଭିୟୁ ଛକ ନିକଟରେ ପୋଲିସ ଏବଂ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଗାଡ଼ିମୋଟର ଯାଞ୍ଚ କରାଯାଇଛି। ଏଥିରେ ବିନା ହେଲମେଟ୍‌ରେ ଯାତ୍ରା ସହ ସିଟ ବେଲ୍ଟ, ବାଇକ୍‌ରେ ୨ରୁ ଅଧିକ ଯାତ୍ରୀ, ଗାଡ଼ି କାଗଜପତ୍ର, ଆଦି ଯାଞ୍ଚ କରାଯାଇଥିଲା। ମୋଟ୍‌ ୩୪ଟି ଚାଲାଣ କଟାଯାଇ ମୋଟ୍‌ ୨ ଲକ୍ଷ ୧୯ ହଜାର ଜୋରିମାନା ବାବଦକୁ ଆଦାୟ କରାଯାଇଥିବା କନ୍ଧମାଳର ଟ୍ରାଫିକ ସବ୍‌ଇନ୍ସପେକ୍ଟର ଶିବାନୀ ମାଝୀ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବ୍ରିଥ୍‌ ଆନା ଲାଇଜର ମେଶିନ ଦ୍ୱାରା ଯାଞ୍ଚ କରାଯାଇ ୩ ଜଣ ମଦ୍ୟପ ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ରଦ୍ଦ କରାଯିବା ସହ ଜୋରିମାନା ଆଦାୟ କରାଯାଇଛି। ସେହିପରି ବିନା ହେଲମେଟ୍‌ରେ ଯାତ୍ରା ସହ ଗାଡ଼ି ରେଜିଷ୍ଟ୍ରେଶନ କାଗଜପତ୍ର,ଇନ୍‌ସ୍ୟୁରାନ୍ସ, ସିଟବେଲ୍ଟ ଆଦିରେ ଅନିୟମିତତା କରିଥିବା ୩୧ଟି ମାମଲା ରୁଜୁ କରାଯାଇ ଜୋରିମାନା ଆଦାୟ କରାଯାଇଛି। ଏଥିରେ ଦାରିଙ୍ଗବାଡ଼ି ଥାନାର ଏଏସ୍‌ଆଇ ଅର୍ଜୁନ ଶବର, ଆଇଆରବି ଯବାନ ଓ ପରିବହନ ବିଭାଗର କର୍ମଚାରୀ ମିଳିତ ଭାବେ ଉପସ୍ଥିତ ରହି ଗାଡ଼ିମୋଟର ଯାଞ୍ଚ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ