Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଠାକୁରାଣୀ ଯାତ୍ରା ଅସ୍ଥାୟୀ ପୀଠରେ ମିଷ୍ଟାନ ଭୋଗ ବିକ୍ରୟ କେନ୍ଦ୍ର

ବାଲିଗୁଡା,ତା, ୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ):
କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ଏହି ପରିପ୍ରେକ୍ଷୀରେ ଅସ୍ଥାୟୀ ମଣ୍ଡପ ନିକଟକୁ ମା ‘ମାନଙ୍କ ଦର୍ଶନ ନିମନ୍ତେ ପ୍ରତିଦିନ ସ୍ଥାନୀୟ ଅଞ୍ଚଳ ତଥା ବାହାରୁ ଆସୁଥିବା ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ଏକ ମିଷ୍ଟାନ ଭୋଗ ବିକ୍ରୟ କେନ୍ଦ୍ର ଶ୍ରୀ ଶ୍ରୀ ଶ୍ରୀ ମା’ପାଟଖଣ୍ଡା ଠାକୁରାଣୀ ଯାତ୍ରା କମିଟି ତରଫରୁ ସକାଳ ଆଳତୀ ପର ଠାରୁ ମା’ ମାନଙ୍କ ନଗର ପରିକ୍ରମା ବାହାରିବା ପର ପର୍ଯ୍ୟନ୍ତ ଖୋଲା ଯାଉଛି l ଏହି ମିଷ୍ଟାନ ଭୋଗ ମା’ ମାନଙ୍କ ଠାରେ ଆଳତୀ ଓ ଭୋଗ ଲାଗି ହେବା ପରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ରେ ୭ ପ୍ରକାର ସୁସ୍ୱାଦ ମିଠା ପ୍ରସ୍ତୁତ କରାଯାଇ ମା’ ଙ୍କ ଉଦେଶ୍ୟରେ ବିକ୍ରୟ କରାଯାଉଛି l ଯାତ୍ରା ଆରମ୍ଭ ହେବାର ୧୧ ଦିନ ବିତି ଯାଇଥିବା ବେଳେ ମିଷ୍ଟାନ ଭୋଗ ବିକ୍ରୟ କେନ୍ଦ୍ରରେ ମଧ୍ୟ ପ୍ରବଳ ଭିଡ଼ ଲାଗି ରହୁଛି l ଏଥିରେ ସମିତି ର ସମ୍ପାଦକ ଶିବରାମ ପ୍ରଧାନୀଙ୍କ ସମେତ ଗଙ୍ଗାଧର ଭୋଇ, ସୁରେଶ ଚନ୍ଦ୍ର ମହାନ୍ତି, ବଂଶୀଧର ପଣ୍ଡା, ଦୁଃଖିଶ୍ୟାମ ମହାରଣା, ଯୋଗେନ୍ଦ୍ର ଜେନା, ଦୟାନିଧି ମହାରଣା, କାଶୀନାଥ ସାହୁ, ସୁରେଶ ଚନ୍ଦ୍ର ଦାସ,ପ୍ରକାଶ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ