ଗଦ୍ରିଙ୍ଗିଆ ଘାଟିରେ ୨୪ ଘଣ୍ଟା ନ ହେଉଣୁ ପୁଣି ଏକ କାଠ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ


ବାଲିଗୁଡା, ତା, ୧୮/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥର ଗଦ୍ରିଙ୍ଗିଆ ଘାଟିରେ ୨୪ ଘଣ୍ଟା ନ ହେଉଣୁ ପୁଣି ଏକ କାଠ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକର ଚାଳକ ବାଲିଗୁଡ଼ା ମେଡିକାଲ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ ଭବାନୀପାଟଣା ଠାରୁ ଖୋର୍ଦ୍ଧା ଜିଲ୍ଲାକୁ ଉକ୍ତ ଟ୍ରକ କାଠ ସାମଗ୍ରି ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ବାରମ୍ବାର ଗଦ୍ରିଙ୍ଗିଆ ଘାଟିରେ ଦୁର୍ଘଟଣା ଘଟୁଥ‌ିବା ସହ ଯାତ୍ରୀ କ୍ଷତିଗ୍ରସ୍ତ ହୋଇ ହନ୍ତସନ୍ତ ହେଉଥିବା ସୂଚନା ମିଳିଛି । ସ୍ଥାନୀୟ ପ୍ରଶାସନ ଓ ଜାତୀୟ ରାଜପଥ ର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଯୋଗ୍ୟ ଯେ, ଏହି ସ୍ଥାନରେ ହିଁ ରବିବାର ଏକ ଥଣ୍ଡା ପାନୀୟ ଜଳ ଟ୍ରକ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା l ଗଦ୍ରିଙ୍ଗିଆ ଘାଟି ନିକଟରେ ଏକ ବୁଲାଣି ରହିଅଛି ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ହେଉଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପ୍ରକାରେ ବିହିତ ପଦକ୍ଷେପ ନେଉ ନ ଥିବାରୁ ଅସନ୍ତୋଷ ଦେଖିବାକୁ ମିଳୁଛି ।