Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ଭୁଶୁଡ଼ିଲା ବିଦ୍ୟାଳୟ ଗୃହ ଛାତ: ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି

ବାଲିଗୁଡା,ତା, ୨୮/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ମଧ୍ୟ ଭାଗରେ ଥିବା ପୁରାତନ ସରକାରୀ ପାଟଖଣ୍ଡା ପ୍ରାଥମିକ ବିଦ୍ୟାଳୟର ପରିସରରେ ଥିବା ଏକ ବିପଦସଙ୍କୁଳ ଗୃହ ଛାତ ଭୁଶୁଡି ପଡ଼ିଛି । ବିଦ୍ୟାଳୟ ବନ୍ଦ ରହିଥ‌ିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି । ଉକ୍ତ ପୁରାତନ ବିଦ୍ୟାଳୟ ପାଟଖଣ୍ଡା ମନ୍ଦିରକୁ ଲାଗି ରହିଛି । ୧୯୬୨ ମସିହାରୁ ସ୍ଥାପିତ ଅଦ୍ୟାବଧି ସୁଦ୍ଧା ବିଦ୍ୟାଳୟରେ ଆଜବେଷ୍ଟସ ଛାଉଣି ଶ୍ରେଣୀ ଗୃହରେ ହିଁ ଶିକ୍ଷାଦାନ କରାଯାଉଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ଓଝାଙ୍କୁ ପଚାରିବାରୁ ସେ କହିଛନ୍ତି ଆମ ବଦ୍ୟାଳୟ ପରିସରରେ ଥିବା ଗୋଟିଏ ଛାତ ଘରକୁ ଛାଡିଲେ ସମସ୍ତ ଗୃହ ଅତି ପୁରୁଣା ଓ ଭଙ୍ଗାରୁଜା ହୋଇ ପଡିରହିଛି। ଅଧ‌ିକ ଶ୍ରେଣୀ ଗୃହ ନଥିବାରୁ ବାଧ୍ୟ ହୋଇ ଆଜବେଷ୍ଟସ ଘରେ ଓ ଏକ ଛାତ ଘର ରହିଛି ତାରି ଭିତରେ ପିଲାଙ୍କୁ ପାଠ ପଢାଉଛୁ। । ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ଥ‌ିବା ଘରଟି ଭାଙ୍ଗି ଯାଇଛି । ପୁରୁଣା ଓ ବିପଦଶଙ୍କୁଳ ଘର ସମ୍ପର୍କରେ ଆମେ ବାରମ୍ବାର ଆମ ଉଚ୍ଚ ଅଧିକାରୀଙ୍କୁ ଜଣାଇଛୁ ବୋଲି କହିଛନ୍ତି । ଏଥୂପ୍ରତି କେହି ଦୃଷ୍ଟି ଦେଇନାହାନ୍ତି ବୋଲି କହିଛନ୍ତି। ତେଣୁ ବିଦ୍ୟାଳୟର ସମସ୍ତ ଗୃହ ନୂତନ ଭାବେ ନିର୍ମାଣ କରିବାକୁ ଅଭିଭାବକ ମହଲରେ ପ୍ରବଳ ଦାବି ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ