Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଖାବସ୍ତା ରେ ଅଟକିଛି ଧାନକିଣାବିକା : ନୂତନ ନିୟମ ପରିବର୍ତ୍ତନ ନ ହେଲେ ହେବ ଚାଷୀ ଆନ୍ଦୋଳନ

ଅତାବିରା : ଅଖା ବସ୍ତା ପ୍ରଦାନ କରୁ ନ ଥିବାରୁ ଧାନ କିଣାବିକା ଅଟକି ରହିଛି l ରାଜ୍ୟ ସରକାର ଧାନ କିଣାବିକା ନେଇ ଆଣିଥିଵା ନୂତନ ନିୟମରେ ବହୁତ ତ୍ରୁଟି ବିଚ୍ୟୁତି ରହିଛି ଏଣୁ ଏହାକୁ ପରିବର୍ତ୍ତନ କରନ୍ତୁ ନଚେତ ଚାଷୀ ଆନ୍ଦୋଳାତ୍ମକ ପନ୍ଥା ଆପେଣେଇବାକୁ ବାଧ୍ୟ ହେବ ବୋଲି ଶୁକ୍ରବାର ଅତାବିରା ଅଗ୍ରସେନ ଭବନଠାରେ ଓଡ଼ିଶା ରାଜ୍ଯ କୂଷକ ସଂଗଠନର ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସଭାପତି ବୀରେନ୍ଦ୍ର କର ନିଜର ପ୍ରତିକ୍ରିୟା ରଖିଛନ୍ତି l ସେ ଆହୁରି କହିଛନ୍ତି ଯେ ଚାଷୀଙ୍କ କେତେ ଏକର ଜମି ଧାନବିକ୍ରି ପାଇଁ ପଂଜିକୃତ ହେଉଛି ତାହା ଜାଣିପାରୁନି । ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଏହି ରବିଋତୁରେ ଚାଷୀ ଅଖା ଯୋଗାଇ ଦିଆଯିବ କିନ୍ତୁ ମାର୍କେଟ ଖୋଲିବାର ୨ ଦିନ ବିତିଯାଇଥିଲେ ମଧ୍ଯ ଏ ପର୍ୟ୍ଯନ୍ତ ଚାଷୀମାନଙ୍କୁ ଅଖା ବସ୍ତା ଯୋଗାଇ ଦିଆଯାଇ ନାହିଁ ଯାହା ଫଳରେ ଚାଷୀଙ୍କ ଧାନବିକ୍ରି ହୋଇପାରୁ ନାହିଁ । ଅତାବିରା ର ବିଭିନ୍ନ ମାର୍କେଟରେ ଗତ ୨ ଦିନ ସୁଦ୍ଧା ୨୫ ଜଣ ଚାଷୀଙ୍କ ୩୭୯୪ ପକେଟ ଧାନ ପଡି ରହିଛି l ବର୍ତ୍ତମାନ ଆଶା ଆଶଙ୍କାରେ ଚାଷୀ । ଯେଉଁ ଚାଷୀଙ୍କ ନାମରେ ଜମି ପଂଜିକରଣ ହୋଇଥିବ ଧାନବିକ୍ରି ସମୟରେ ସେ ଉପସ୍ଥିତ ରହିବା ବାଧ୍ଯତାମୂଲକ ଯାହା ଫଳରେ ବାର୍ଦ୍ଧକ୍ଯ ଜନିତ ରୋଗରେ ପଡିତ ତଥା ଅନ୍ୟ କାରଣରେ ଚାଷୀ ମାର୍କେଟରେ ଉପସ୍ଥିତ ରହିପାରିବ ନାହିଁ ଯାହାଫଳରେ ଚାଷୀ ଧାନବିକ୍ରିରେ ବଞ୍ଚିତ ରହିବ ସରକାର ଚାଷୀଙ୍କ ସହ ଖେଳ ଖେଳୁଛି ଚାଷୀ ମାରଣାନୀତି ଚାଷୀ ସର୍ବସାନ୍ତ ହେଲାଣି ଓ ଚାଷ କରିବାରେ ବିମୁଖ ହେଲାଣି l ତେଣୁ ସରକାର ନୂତନ ନିୟମରେ ପରିବର୍ତ୍ତନ ଆଣନ୍ତୁ ନଚେତ ଚାଷୀ ଆନ୍ଦୋଳନକୁ ଓଲ୍ଲାଇବ ବୋଲି କହିଛନ୍ତି l ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡିଶା ରାଜ୍ଯ କୂଷକ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ସମେତ ସଂପାଦକ ସୁରେଶ କର୍ଣ୍ଣ, ଉପସଭାପତି ଟିକେଲାଲ ମିଶ୍ର, ସଂଗଠନର ବରିଷ୍ଠ ସଦସ୍ଯ ବୁଦ୍ଧଦେବ ନନ୍ଦ, ଭୁବନ ପ୍ରଧାନ, ପାପାରାଓ ପ୍ରମୁଖ ଉପସ୍ଥିତ ଥିଲେ ।