Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଉଦଯାପିତ: ଶହ ଶହ ଶ୍ରଦ୍ଧାଳୁ ଙ୍କ ଗହଣ ରେ ପଞ୍ଚ ଠାକୁରାଣୀ ନିଜସ୍ୱ ମନ୍ଦିରକୁ ଫେରିଲେ

ବାଲିଗୁଡା, ତା, ୦୬/୦୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶୁକ୍ରବାର ଉଦଯାପିତ ହୋଇଯାଇଛି l ଦୀର୍ଘ ଏକମାସ ଧରି ମା ‘ବରାଳ ଦେବୀଙ୍କ ଅସ୍ଥାୟୀ ପୀଠ ରେ ପଞ୍ଚ ଠାକୁରାଣୀ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ଏକତ୍ର ରହି ପୂଜା ପାଇବା ସହ ରାତ୍ର ରେ ନଗର ଭ୍ରମଣ କରି ପୁଣି ଏକାଠି ରହୁଥିଲେ l ଏହି ଯାତ୍ରା ଶୁକ୍ରବାର ସମାପନ ହୋଇ ନିଜସ୍ୱ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି l ମେ ମାସ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶୁକ୍ରବାର ୬ତାରିଖ ଦିନ ଉଦଯାପିତ ହୋଇ ମେଲାଣି ଦିଆଯାଇଛି l ଏକମାସ ଧରି ଚାଲିଥିବା ଏହି ଯାତ୍ରା ରେ ବାଲିଗୁଡା ସହର ଉତ୍ସବ ମୁଖର ହେବା ସହ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ମା ‘ମାନଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରି ବିଭିନ୍ନ ମନସ୍କାମନା ପୂରଣ କରୁଥିଲେ l ଏହି ଯାତ୍ରା ରେ ପ୍ରତିଦିନ ବିଭିନ୍ନ ସାହି ତରଫରୁ ବ୍ୟାପକ ପଟୁଆର ରେ ସହର ପରିକ୍ରମା କରି ନିଜ ନିଜ ସାହିର ଅସ୍ଥାୟୀ ପୂଜା ମଣ୍ଡପ କୁ ନେଇ ପୂଜାର୍ଚ୍ଚନା କରି ଆତ୍ମ ସନ୍ତୋଷ ଲାଭ କରିବା ସହ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଏଥିରେ ଯାତ୍ରା କମିଟି ଓ ସାହି ପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରୁଥିଲେ l ଶୁକ୍ରବାର ସକାଳ ଆଳତୀ ସହ ଭକ୍ତ ଙ୍କ ଶେଷ ଦର୍ଶନ ପରେ ମା’ ଙ୍କ ସମସ୍ତ ଭଉଣୀ ମାନଙ୍କୁ ନିଜସ୍ୱ ମନ୍ଦିରକୁ ଏବଂ ସନ୍ଧ୍ୟା ଆଳତୀ ପରେ ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମଧ୍ୟ ରାତ୍ରରେ ମା ‘ ପାଟଖଣ୍ଡା ଙ୍କୁ ଏକ ଭାବବିହ୍ବଳ ପରିବେଶ ମଧ୍ୟରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ବିଭିନ୍ନ ପ୍ରକାର ବାଜା ବାଜଣା ନୃତ୍ୟ, ଗୀତ ମାଧ୍ୟମରେ ନିଜ ନିଜ ପୀଠ କୁ ବିଦାୟ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ମା ‘ପାଟଖଣ୍ଡା ମନ୍ଦିର କୁ ଫୁଲ ଓ ଆଲୋକ ମାଳା ରେ ସୁ ସଜ୍ଜିତ କରାଯାଇଥିଲା l ଦୀର୍ଘ ଏକମାସ ଧରି ଚାଲିଥିବା ଏହି ଯାତ୍ରାରେ ମୁଖ୍ୟ ପୁରୋହିତ ଭାବେ ସଞ୍ଜୟ କୁମାର ଦାସ ଦାୟିତ୍ୱ ତୁଲାଉଥିବା ବେଳେ ମୁଖ୍ୟ ପ୍ରଚାରକ ଭାବେ ନୀଳକଣ୍ଠ ମିଶ୍ର, ମୁଖ୍ୟ ସେବାକାରୀ ଭାବେ ସନ୍ତୋଷ କୁମାର ଦାସ ଏବଂ ମୁଖ୍ୟ ସେବକ ଭାବେ ପ୍ରକାଶ ଚନ୍ଦ୍ର ପାଢ଼ୀ ଓ ଶ୍ରୀକାନ୍ତ କୁମାର ପଣ୍ଡା ଉପସ୍ଥିତ ରହି ନିଜ ନିଜର ଦାୟିତ୍ୱ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ସ୍ଵେଛାସେବୀ ଭାବେ ମିଷ୍ଟାନ ଭୋଗ ବିକ୍ରୟ କେନ୍ଦ୍ରରେ ବଂଶୀଧର ପଣ୍ଡା, ଯୋଗେନ୍ଦ୍ର କୁମାର ଜେନା, ପ୍ରକାଶ ଚନ୍ଦ୍ର ମହାରଣା, ସନାତନ ମହାରଣା ସୁରେଶ ଚନ୍ଦ୍ର ମହାନ୍ତି, ପଦ୍ମ ଲୋଚନ ପଣ୍ଡା, ଜଗଦୀଶ ଚନ୍ଦ୍ର ବେହେରା ଓ ପ୍ରଫୁଲ୍ଲ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଦାୟିତ୍ୱ ସମ୍ପାଦନା କରିଥିଲେ l ସେହିପରି ମା’ ମାନଙ୍କ ନଗର ପରିକ୍ରମା ସମୟରେ ସନ୍ତୋଷ କୁମାର ପାଣିଗ୍ରାହୀ, ସୁରେଶ ଚନ୍ଦ୍ର ଦାସ, ରଶ୍ମି ରଞ୍ଜନ ମହାରଣା, ଦୟାନିଧି ମହାରଣା, ସୁରେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରୁଥିବା ବେଳେ ଷ୍ଟୁଡିଓ ବୁଲୁ ଯାତ୍ରା ର ଟିକିନିଖି ଭିଡିଓ ଏବଂ ଫୋଟୋ ଉତ୍ତୋଳନ କରି ଲୋକ ଲୋଚନ କୁ ଆଣିବାରେ ବିଶେଷ ଭୁମିକା ଗ୍ରହଣ କରିଥିଲେ l ପ୍ରବଳ ଗହଳି ଓ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖି ଆଗରେ ରଖି ପୋଲିସ ବିଭାଗ ପକ୍ଷରୁ ସମଗ୍ର ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ