Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା ଉଦଯାପିତ : ପଞ୍ଚ ଠାକୁରାଣୀ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କଲେ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଏପ୍ରିଲ ୨୩ ତାରିଖ ଠାରୁ ଆରମ୍ଭ ହୋଇ ଚଳିତ ମାସ ୧୩ ତାରିଖ ଦୀର୍ଘ ୨୧ ଦିନ ଧରି ଆୟୋଜିତ ହେବା ପରେ ଶନିବାର ଉଦଯାପିତ ହୋଇ ଯାଇଛି l ମା’ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଅସ୍ଥାୟୀ ପୀଠରେ ଆୟୋଜକ ସମିତି ଦ୍ୱାରା ଶନିବାର ଦିନ ମା’ ମାନଙ୍କର ଘଟକୁ ସୁସଜିତ କରାଯାଇଥିଲା l ସକାଳ ଓ ସନ୍ଧ୍ୟାର ଆଳତୀ ପରେ ପରେ ଭକ୍ତ ମାନଙ୍କୁ ମା’ ଦର୍ଶନ ଦେଇ ୨୧ ଦିନର ଏହି ଯାତ୍ରା କୁ ଶ୍ରଦ୍ଧାଳୁଙ୍କ ଠାରୁ ମେଲାଣି ନେଇ ପଞ୍ଚ ଠାକୁରାଣୀ ନିଜନିଜ ମନ୍ଦିରକୁ ଫେରିଛନ୍ତି l ପୂର୍ବାହ୍ନରେ ଅସ୍ଥାୟୀ ପୀଠରେ ପାରମ୍ପରିକ ରୀତିନୀତି ପ୍ରକାରେ ମା’ ମାନଙ୍କ ପୂଜାର୍ଚ୍ଚନା ଓ ହୋମ କାର୍ଯ୍ୟ ସମ୍ପନ୍ନ ହୋଇଥିଲା l ସନ୍ଧ୍ୟାରେ ୧୦୮ ଆଳତୀ, ପୂର୍ଣ୍ଣାହୁତି, ସଙ୍କୁଡ଼ି ଭୋଗ ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ମା’ ମାନଙ୍କ ପ୍ରତ୍ୟାବର୍ତନ ସମୟରେ ବ୍ୟାପକ ଆତସବାଜ଼ି ଫୁଟାଇବା ସହ ଅନେକ ପଟୁଆର ରେ ମା ‘ଙ୍କ ନିଜ ନିଜ ମନ୍ଦିର କୁ ପ୍ରତ୍ୟାବର୍ତନ କରାଯାଇଥିବା ବେଳେ ମୁଖ୍ୟ ମା’ ପାଟଖଣ୍ଡା ଙ୍କୁ ସନ୍ଧ୍ୟାରେ ବ୍ୟାପକ ପଟୁଆର ସହ ଅସ୍ଥାୟୀ ପୀଠ ବରାଳ ଦେବୀ ମନ୍ଦିରରୁ ବାହାରି ଷ୍ଟେଟ ବ୍ୟାଙ୍କ ଛକ, ଜଗନ୍ନାଥ ମାର୍କେଟ, ପୋଷ୍ଟ ଅଫିସ ଛକ, ବଜାର ଛକ ପରେ ପାଟଖଣ୍ଡା ମାର୍କେଟରେ ମା’ ପ୍ରବେଶ କରିବା ପରେ ଉପସ୍ଥିତ ସମସ୍ତ ଭକ୍ତ ଏକତ୍ରିତ ହୋଇ ପୂଜାର୍ଚନା କରି ମା ‘ପାଟଖଣ୍ଡା ଙ୍କୁ ନିଜ ମନ୍ଦିରକୁ ନେଇଥିଲେ l ପ୍ରତିଦିନର ନଗର ପରିକ୍ରମା ଓ ଅସ୍ଥାୟୀ ମନ୍ଦିରରେ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟ ହେଉଥିଲା । ଭକ୍ତ ଓ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ଆୟୋଜକ ସମିତି ଦ୍ୱାରା ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଉ ଥିଲା l ମିନି ଷ୍ଟାଡିୟମ ପରିସରରେ ରାମ ଦୋଳି, ମୀନାବଜାର ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଷ୍ଟଲ ମଧ୍ୟ କରାଯାଇଥିଲା l ତତ ସଙ୍ଗେ ସଙ୍ଗେ ମିନିଷ୍ଟାଡିୟମ ପରିସରରେ ହଜାର ହଜାର ଦର୍ଶକ ଙ୍କୁ ମତୁଆଲା କଲା ଭଳି ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ କରିବା ସହ ଆକର୍ଷଣୀୟ ହୋଇପାରିଥିଲା l ତେବେ ଦୀର୍ଘ ୨୧ ଦିନ ଧରି ଆୟୋଜିତ ଏହି ଯାତ୍ରା ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ପରିସମାପ୍ତି ଘଟିଥିବା ବେଳେ ସହରବାସୀ, ପରିଚାଳନା କମିଟି, ବୁଦ୍ଧିଜୀବୀ ଏବଂ ବିଭିନ୍ନ ସଙ୍ଗଠନ ପକ୍ଷରୁ ସକ୍ରିୟ ସହଯୋଗ ରେ ସଫଳତାର ସହ ସମାପନ ହୋଇଥିଲା l