Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକାବାଲିରେ କଂଗ୍ରେସ ର ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ବାଲିଗୁଡା, ତା, ୨୨/୦୬ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲିରେ ରବିବାର କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପହଞ୍ଚିଛନ୍ତି। କଂଗ୍ରେସର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ଅଛନ୍ତି ୫ ଜଣ ସଦସ୍ୟ । ଗୋପାଳପୁର ଠାରେ ହୋଇଥିବା ଜଘନ୍ୟ ଗଣବଳାତ୍କାର ଏବଂ ରାଜ‍୍ୟରେ ଆକସ୍ମିକ ଭାବରେ ଶତାଧିକ ମହିଳା, ଶିଶୁ ନିଖୋଜ ହେବା ଓ ରାଜ‍୍ୟରେ ମହିଳାଙ୍କ ପ୍ରତି ବଢୁଥିବା ଅତ‍୍ୟାଚାରକୁ ନେଇ ଚିନ୍ତା ପ୍ରକଟ କରି ଏଆଇସିସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖଡଗେ ପରିସ୍ଥିତିକୁ ଅନୁସନ୍ଧାନ କରିବା ନିମନ୍ତେ ଗଠନ କରିଛନ୍ତି ତଥ୍ୟ ଅନୁଧ୍ୟାନ କାରି ଦଳ । ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଏଆଇସିସି ମହିଳା କଂଗ୍ରେସ ଅଧ୍ୟକ୍ଷା ଦିପା ଦାସମୁନସୀ ଆବାହକତ୍ୱରେ ୪ ଦିନିଆ ଓଡିଶା ଗସ୍ତରେ ଆସିଥିବା ୫ ଜଣିଆ ତଥ୍ୟ ଅନୁଧ୍ୟାନ କାରୀ ଦଳର ନେତୃବୃନ୍ଦ ସାଂସଦ ରଞ୍ଜିତ ରଞ୍ଜନ, ସାଂସଦ ପ୍ରଣିତି ସିନ୍ଦେ,ଏସ ଯୋଥିମଣି ,ପୂର୍ବତନ ଏଆଇସିସି ମହିଳା କଂଗ୍ରେସ ଅଧ୍ୟକ୍ଷା ଶୋଭା ଓଜା ପ୍ରମୁଖ ଭୁବନେଶ୍ଵରରେ ଶନିବାର ପହଞ୍ଚିଥିଲେ। ଉକ୍ତ ଦଳ ସହ ରାଜ୍ୟ ମହିଳା କଂଗ୍ରେସ ଅଧ୍ୟକ୍ଷା ମିନାକ୍ଷୀ ବାହିନୀପତି, ସସ୍ମିତା ବେହେରା,ବନ୍ଦିତା ପରିଡ଼ା,ସୋନାଲି ସାହୁ,ମନିଷା ଦାଶ ପଟ୍ଟନାୟକ,ଜୟଶ୍ରୀ ପାତ୍ର ପ୍ରମୁଖ ମହିଳା କଂଗ୍ରେସ ନେତୃବୃନ୍ଦ ଶନିବାର ଗୋପାଳପୁର ଗଣଦୁଷ୍କର୍ମ ଘଟଣା ସ୍ଥଳ ପରିଦର୍ଶନ କରି ରବିବାର ଟିକାବାଲି ଅଞ୍ଚଳ ରେ ପହଞ୍ଚି କିଛି ଦିନ ତଳେ ବଳାତ୍କାର କରି ମାରି ଦେଇଥିବା ପୀଡିତା ର ପରିବାର ବର୍ଗ ଙ୍କୁ ଭେଟି ଫେରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ