ସମ୍ବଲପୁର :ଚଳିତ ବର୍ଷ ମହରମ ୨୦୨୫ ପାଳନ ନିମନ୍ତେ ଶାନ୍ତିପୂର୍ଣ୍ଣ ଓ ସମନ୍ୱିତ ଉତ୍ସବ ନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ଶାନ୍ତି ଓ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ) ଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ(ଭା.ପୋ.ସେ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦ ଭୂଷଣ (ଭା.ପ୍ର .ସେ ) , probationary IAS ଶୁଭ୍ରା ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ଉକ୍ତ ବୈଠକରେ ବିଭିନ୍ନ ସଙ୍ଗଠନ ର ସଦସ୍ୟମାନେ, ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ, ଏବଂ ସମ୍ବଲପୁର ଅଞ୍ଚଳର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ ମହରମ କିପରି ଶାନ୍ତି ଶ୍ରୁଙ୍ଖଳା ର ସହିତ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଗଲା।ଉକ୍ତ ବୈଠକ ରେ ଆଇନ ଶ୍ରୁଙ୍ଖଳା ରକ୍ଷା, ସ୍ବାସ୍ଥ୍ୟ ଓ ପରିମଳ, ଉତ୍ସବ ଦିନରେ ନିରବଚ୍ଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ କରିବା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ବେଆଇନ ଓ ନକଲି ମଦ ବିକ୍ରି ଉପରେ ପ୍ରତିଷେଧକ ପଦକ୍ଷେପ ନେବା, ଆଖପାଖ ଅଞ୍ଚଳରେ ଅଗ୍ନିକାଣ୍ଡ ରୋକିବା ପାଇଁ ତ୍ୱରାନିତ୍ଵ ପଦକ୍ଷପ ନେବା ଏବଂ ଶୋଭାଯାତ୍ରା କିଭଳି ଓ କେଉଁ ରାସ୍ତା ଦେଇ ଶୋଭାଯାତ୍ରା ଅନୁଷ୍ଠିତ ସେ ପ୍ରସଙ୍ଗ ଉପରେ ଆଲୋଚୋନା ହୋଇଥିଲା।
ମହରମ ପାଳନ ସମ୍ପର୍କରେ ଶାନ୍ତି ଓ ସମନ୍ୱୟ ସମିତି ବୈଠକ
