Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁକ୍ରେନକୁ ବଡ ଝଟକା; ଅସ୍ତ୍ରଶସ୍ତ୍ର ସହାୟତା ବନ୍ଦ କଲା ଆମେରିକା

ୱାଶିଂଟନ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୩ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ୨୪ ଫେବୃଆରୀ ୨୦୨୨ରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ଏବଂ ସେବେଠାରୁ ଏହି ଯୁଦ୍ଧ ଚାଲିଛି। ଯୁଦ୍ଧ ଆରମ୍ଭରେ ଲାଗୁଥିଲା ଯେ ଋଷ ସେନା କିଛି ଦିନ ମଧ୍ୟରେ ଜିତିବ କିନ୍ତୁ ନିରନ୍ତର ଅନ୍ତର୍ଜାତୀୟ ସମର୍ଥନ ଯୋଗୁଁ ୟୁକ୍ରେନୀୟ ସେନା ଏବେ ବି ଋଷ ସେନା ସମ୍ମୁଖରେ ଠିଆ ହୋଇଛି। ଏପର୍ଯ୍ୟନ୍ତ ଏହି ଯୁଦ୍ଧରେ ଆମେରିକା ୟୁକ୍ରେନର ସବୁଠାରୁ ବଡ଼ ସହାୟକ ହୋଇଆସିଛି କିନ୍ତୁ ଏବେ ଆମେରିକା ୟୁକ୍ରେନକୁ ଏକ ବଡ଼ ଧକ୍କା ଦେଇଛି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ଅନେକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଯୋଗାଣ ଉପରେ ରୋକ ଲଗାଇଛନ୍ତି। ଜୋ ବିଡେନ ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ଆମେରିକା ୟୁକ୍ରେନକୁ ଏହି ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା। ଏ ବିଷୟରେ ସୂଚନା ହ୍ୱାଇଟ୍ ହାଉସ୍ ଦ୍ୱାରା ଦିଆଯାଇଛି।

ହ୍ୱାଇଟ୍ ହାଉସ୍ ଡେପୁଟି ପ୍ରେସ୍ ସେକ୍ରେଟାରୀ ଆନ୍ନା କେଲି ଏକ ବିବୃତ୍ତିରେ କହିଛନ୍ତି ଯେ “ଆମେରିକାର ସ୍ୱାର୍ଥ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି। ଆମେରିକାର ପ୍ରତିରକ୍ଷା ବିଭାଗ ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ଆମ ଦେଶର ସାମରିକ ସମର୍ଥନ ଏବଂ ସହାୟତା ସମୀକ୍ଷା କରିଛି। ଯାହା ପରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି।”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ