Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରିକ୍ସରେ ଆତଙ୍କବାଦକୁ ନେଇ ବର୍ଷିଲେ ମୋଦି

ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ରେ ପହଲଗାମ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏପର୍ଯ୍ୟନ୍ତ ମଧ୍ୟ ମନରୁ ଲିଭି ନାହିଁ। ତେବେ ବ୍ରାଜିଲ ର ରିଓ ଡି ଜେନେରିଓ ରେ ଅନୁଷ୍ଠିତ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ମାନବଜାତି ପାଇଁ ଏହା ଏକ ଗଭୀର ଆଘାତ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ବ୍ରିକ୍ସର ମଞ୍ଚରୁ ସଂଗଠନର ସଦସ୍ୟମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ବ୍ରିକ୍ସ ଦେଶଗୁଡ଼ିକ ଆତଙ୍କବାଦକୁ ନେଇ ସ୍ପଷ୍ଟ ଏବଂ ଏକୀକୃତ ଦୃଷ୍ଟିକୋଣ ଗ୍ରହଣ କରିବା ଆବଶ୍ୟକ ଏବଂ ଆତଙ୍କବାଦକୁ ଆଦୌ ଗ୍ରହଣ କରିବା ଉଚିତ ନୁହେଁ ବୋଲି ମଧ୍ୟ କହିଥିଲେ। ତଥାପି ଯଦି କୌଣସି ଦେଶ ଏହାକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସମର୍ଥନ କରେ ତେବେ ସେମାନେ ଏଥିପାଇଁ ମୂଲ୍ୟ ଦେବାକୁ ମଧ୍ୟ ପ୍ରସ୍ତୁତ ରହିବା ଉଚିତ। “ବ୍ରିକ୍ସ ସମ୍ମିଳନୀରେ ଜମ୍ମୁ ଏବଂ କାଶ୍ମୀରରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଥିଲା ଏବଂ ଭାରତ ଏଥିପାଇଁ ନେଇଥିବା ସମସ୍ତ ପଦକ୍ଷେପ କୁ ମଧ୍ୟ ସଂଗଠନ ସମର୍ଥନ କରିଥିଲା।

ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଶାନ୍ତି, ସୁରକ୍ଷାକୁ ନେଇ ଭାଷଣ ଦେବା ସହ ଭାଇଚାରାର ମୂଲ୍ୟବୋଧ ନେଇ ଭାରତର ପକ୍ଷକୁ ରଖିଥିଲେ। ଏହି ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ନିଜର X ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ ବିଶ୍ୱ ଶାନ୍ତି ଏବଂ ସୁରକ୍ଷା ଆମର ସାଧାରଣ ସ୍ୱାର୍ଥ ଏବଂ ଭବିଷ୍ୟତର ମୂଳଦୁଆ ଅଟେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ X ରେ ପୋଷ୍ଟ କରି କହିଛି ଯେ ଭାରତକୁ ଯେଉଁମାନେ ସମର୍ଥନ କରୁଛନ୍ତି ମୋଦି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ କୌଣସି ଦେଶକୁ ଆତଙ୍କବାଦ ପ୍ରତି ସହନଶୀଳତା ଅବଲମ୍ବନ କରିବା ଉଚିତ୍ ନୁହେଁ ବୋଲି ମଧ୍ୟ କୁହାଯାଇଛି। ଭାରତ ବିଶ୍ୱ ବିବାଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୀତି ସପକ୍ଷରେ ଥିବା ନେଇ ମଧ୍ୟ ଆଶ୍ଵାସନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ