Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରମ୍ପଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ କଲେ ନେତାନ୍ୟାହୁ

ୱାଶିଂଟନ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ୱାଶିଂଟନ୍ ଡିସିର ହ୍ୱାଇଟ୍ ହାଉସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି ସମୟରେ ସେ ଟ୍ରମ୍ପଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଥିଲେ। ନେତାନ୍ୟାହୁଙ୍କ ଏହି ହଠାତ୍ ଘୋଷଣାରେ ଟ୍ରମ୍ପ ଆଶ୍ଚର୍ଯ୍ୟ ହୋଇ ହସି ହସି କହିଥିଲେ – ମୁଁ ଜାଣି ନଥିଲି। ଟ୍ରମ୍ପ-ନେତନ୍ୟାହୁଙ୍କ ଏହି ସାକ୍ଷାତ ଏପରି ଏକ ସମୟରେ ହୋଇଛି ଯେତେବେଳେ ଗାଜାରେ ଯୁଦ୍ଧବିରତି ନେଇ ଅନ୍ତର୍ଜାତୀୟ ଚାପ ବଢ଼ୁଛି।

ନେତାନ୍ୟାହୁ ସାମ୍ବାଦିକମାନଙ୍କ ସମ୍ମୁଖରେ ଟ୍ରମ୍ପଙ୍କ ଶାନ୍ତି ପ୍ରୟାସକୁ ପ୍ରଶଂସା କରି କହିଛନ୍ତି, ‘କେବଳ ଇସ୍ରାଏଲୀମାନେ ନୁହେଁ ବରଂ ଯିହୁଦୀ ସମ୍ପ୍ରଦାୟ ଏବଂ ବିଶ୍ୱର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପକ୍ଷରୁ ମୁଁ ଆପଣଙ୍କ (ଟ୍ରମ୍ପ୍) ନେତୃତ୍ୱକୁ ପ୍ରଶଂସା ଏବଂ ସମ୍ମାନ କରୁଛି। ଆପଣ କେବଳ ମୁକ୍ତ ବିଶ୍ୱର ନେତୃତ୍ୱ ନେଇ ନାହାଁନ୍ତି, ବରଂ ନ୍ୟାୟ ପାଇଁ ଶାନ୍ତି ଏବଂ ସୁରକ୍ଷା ଦିଗରେ ଦୃଢ଼ ପଦକ୍ଷେପ ମଧ୍ୟ ନେଇଛନ୍ତି।’ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ଅନେକ ବଡ଼ ବଡ଼ ଘଟଣାରେ ସକାରାତ୍ମକ ଭୂମିକା ଗ୍ରହଣ କରିଛନ୍ତି। ସେ ଆବ୍ରାହମ୍ ଚୁକ୍ତିକୁ ସମ୍ଭବ କରିଛନ୍ତି। ଟ୍ରମ୍ପ ଗୋଟିଏ ପରେ ଗୋଟିଏ ଦେଶ ଏବଂ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରୁଛନ୍ତି।

ସେଥିପାଇଁ ମୁଁ ଆପଣଙ୍କୁ ନୋବେଲ୍ ପୁରସ୍କାର କମିଟିକୁ ପଠାଇଥିବା ଚିଠି ପ୍ରଦାନ କରୁଛି। ଏହି ଚିଠିରେ ମୁଁ ଆପଣଙ୍କୁ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛି ଏବଂ ଏହା କରିବା ସମ୍ପୂର୍ଣ୍ଣ ସମ୍ମାନର ବିଷୟ। ପତ୍ର ପାଇବା ପରେ ଟ୍ରମ୍ପ ଉତ୍ତର, ‘ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇଥିଲେ।’

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ