Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନମାଲ ପୂର୍ଣ୍ଣମୀ ରଥଯାତ୍ରା ସହିତ ଗୌଡପାଲି ନୀଳାଦ୍ରି ବିଜେ ସଂପନ୍ନ

ସମ୍ବଲପୁର: ଶୁକ୍ରବାର ବନମାଲ ଗ୍ରାମର ପୂର୍ଣ୍ଣମୀ ରଥଯାତ୍ରା ସମାପନ ସହିତ ଗୌଡ଼ପାଲି ଗ୍ରାମର ନିଆରା ଘୋଷଯାତ୍ରା ସମ୍ପନ୍ନ ହୋଇଯାଇଛି। ଏଥି ସହିତ ଗତକାଲି ସନ୍ଧ୍ୟାରେ ଗୌଡପାଲି ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ ବଳଦେବ ଜୀଉ ଓ ସୁଭଦ୍ରା ଦେବୀଙ୍କର ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ସମାପନ ହୋଇଛି।
ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୌଡ଼ପାଲି ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ଶ୍ରୀଜୀଉମାନଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଠିକାର ଘୋଷଯାତ୍ରା ଟିକିଏ ନିଆରା ଢଙ୍ଗରେ ପାଳନ ହୋଇଥାଏ। ଶ୍ରୀଜୀଉ ଗୌଡପାଲି ଗ୍ରାମରେ ଯାତ୍ରା କରିବା ସହ ଗୌଡପାଲି ରଥଯାତ୍ରା ଓ ବାହୁଡ଼ାଯାତ୍ରାର ଦୁଇ ଦିନ ପରେ ନିକଟସ୍ଥ ପଡୋଶୀ ଗ୍ରାମ କୁଲୁଣ୍ଡି ଗ୍ରାମକୁ ଜଗନ୍ନାଥଙ୍କୁ ନିଆଯାଇ ରଥଯାତ୍ରା ଓ ବାହୁଡ଼ାଯାତ୍ରା ପାଳନ ହୋଇଥାଏ ଓ ଉକ୍ତ ଦିନ ସନ୍ଧ୍ୟାରେ ମହାପ୍ରଭୁ ନିଜ ମାଉସୀ ମନ୍ଦିର ଗୌଡପାଲିକୁ ଫେରିଆସନ୍ତି। ପରେ ପୂର୍ଣ୍ଣମୀ ଦିନ ଶ୍ରୀଜଗନ୍ନାଥଙ୍କୁ ନିକଟସ୍ଥ ବନମାଲ ଗ୍ରାମକୁ ନିଆଯାଇ ରଥଯାତ୍ରା ପାଳନ ହୋଇଥାଏ। ପୂର୍ଣ୍ଣମୀ ଦିନ ବନମାଲ ଗ୍ରାମରେ ଯାତ୍ରା ସରିଲା ପରେ ସନ୍ଧ୍ୟାରେ ମହାପ୍ରଭୁ ଗୌଡ଼ପାଲି ପହଞ୍ଚି ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ସହିତ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ନିଳାଦ୍ରୀ ବିଜେ କରନ୍ତି।
ଏହି କ୍ରମରେ ଗୌଡପାଲି ଗ୍ରାମରେ ଚଳିତ ବର୍ଷ ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା ଦିନ ରଥଯାତ୍ରା ଓ ଦଶମୀ ଦିନ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମର ବ୍ରାହ୍ମଣ ପରିବାରର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ନାଥ ଶର୍ମା ଛେରା ପହରା କରିଥିବା ବେଳେ ପଣ୍ଡିତ ଦେବେନ୍ଦ୍ର ପଣ୍ଡା ଓ ଶ୍ରୀକାନ୍ତ ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଅନୁପ ନାଥ, ସଞ୍ଜୀବ ନାଥ, ପ୍ରଶାନ୍ତ ନାଥ ଶର୍ମା, ଦୁଷ୍ମନ୍ତ ନାଥ ଶର୍ମା, ଚକ୍ରଧର ନନ୍ଦ, ସୁଶାନ୍ତ ନାଥ ଶର୍ମା, ସୁଦୀପ ନାଥ, ହେମନ୍ତ ନାଥ ଶର୍ମା, ସଂଗ୍ରାମ ନାଥ ଶର୍ମା, ବିସ୍ମୟ ନାଥ ଶର୍ମା, ସିଦ୍ଧାର୍ଥ ନାଥ ଶର୍ମା, ସତ୍ୟଜିତ ନାଥ ଶର୍ମା, ଅଭିଷେକ ନାଥ, ଆୟୁଷ ପାଣିଗ୍ରାହୀ, ସ୍ଵପ୍ନେଶ ନାଥ ଶର୍ମା, ଅସିତ ନାଥ, ଇସାନ ନାଥ ପହଣ୍ଡି କରିଥିବା ବେଳେ ବସନ୍ତ କଉଡ଼ି, ପ୍ରସନ୍ନ ଖିଛିଡି, ଆନନ୍ଦ କଉଡ଼ି, ଓମ୍ ଗୌଡ଼, ମାନଭଞ୍ଜନ ମେହେର, ସଂଜିତ୍ ଭୋଇ, ବାବା ଭୋଇ, ବଜରଙ୍ଗ କଉଡ଼ି, ଧିରଜ ମେହେର, ପରେଶ୍ ମେହେର, ଲକ୍ଷ୍ମୀନାରାୟଣ ଭୋଇ ଓ ଗ୍ରାମର ଅନ୍ୟ ଯୁବକ ମାନେ ପହଣ୍ଡିରେ ସହଯୋଗ କରିଥିଲେ।
ଗତକାଲି ସନ୍ଧ୍ୟାରେ ମହାପ୍ରଭୁ ଜଗନ୍ନାଥ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପରେ ବଡ଼ଭାଇ ଓ ଭଉଣୀଙ୍କ ସହିତ ନୀଳାଦ୍ରି ବିଜେ କରିଥିଲେ। ଚକ୍ରଧର ନନ୍ଦ ଓ ତାଙ୍କ ପତ୍ନୀ ବିଳାସିନୀ ନନ୍ଦ ଜଗନ୍ନାଥ ଓ ଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ।
ଏହିଯାତ୍ରାରେ ସମସ୍ତ କାର୍ଯ୍ୟ ସଂସ୍କାର ଯୁବକ ସଂଘର ବରିଷ୍ଠ ସଦସ୍ୟ ଦୁଷ୍ମନ୍ତ ନାଥ ଶର୍ମା ଓ ସାମ୍ବାଦିକ ସୁବାସ ନାଥ ଶର୍ମାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ବେଳେ ଅନ୍ୟ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ