Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଇଓ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ରେ ସାମିଲ ହେଲେ ଜନ ପ୍ରତିନିଧି ଓ ଗ୍ରାମବାସୀ।

କଳାହାଣ୍ଡି,୧୪/୦୭
ଦୀର୍ଘବର୍ଷ ଧରି ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ବିଭିନ୍ନ ପଞ୍ଚାୟତ ରେ କାର୍ଯ୍ୟ କରି ଲୋକଙ୍କ ସହ ଉତ୍ତମ ସମ୍ପର୍କ ରଖି ଚାକିରୀ କାର୍ଯ୍ୟକାଲ ସରିବା ପରେ ବିଦାୟ ସମ୍ବର୍ଦ୍ଧନା ରେ ପିଇଓ ଙ୍କୁ ଝୁରି ହେଉଛନ୍ତି ଗ୍ରାମବାସୀ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଧର୍ମଗଡ ବ୍ଲକ ଜୟନ୍ତପୁର ଗ୍ରାମ ପଞ୍ଚାୟତ ଠାରେ। ଏହି।ପଞ୍ଚାୟତ ର ପିଇଓ ରଘୁମଣି ଖମାରି ଚାକିରୀ ଜୀବନ ରୁ ଅବସର ନେବାପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇ ଦଣ୍ଡପାଟ ଅଞ୍ଚଳ ର ଜନ ପ୍ରତିନିଧି ଓ ଗ୍ରାମବାସୀ ମାନେ ବାଜାଗାଯା ବଜାଇ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ବିଦାୟ ଦେଇଛନ୍ତି।
ଧର୍ମଗଡ ବ୍ଲକ ଜୟନ୍ତପୁର ପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଘୁମଣି ଖମାରି ଙ୍କ ଗତ ମାସ ୩୦ ତାରିଖରେ ଚାକିରି ଜୀବନ ରୁ ଅଵସର ଗ୍ରହଣ କରିଥିବା ବେଳେ ତାଙ୍କ ନିସ୍ୱାର୍ଥ ସେବା ମନୋଭାବ କୁ ସମ୍ମାନ ଜଣାଇ ଅଞ୍ଚଳ ର ଜନ ପ୍ରତିନିଧି ଓ ଗ୍ରାମବାସୀ ମାନେ ରବିବାର ଦିନ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ପିଇଓ ଙ୍କୁ ପଞ୍ଚାୟତ ଗ୍ରାମବାସୀ ମାନେ ତାଙ୍କ ନିଜସ୍ୱ ଗ୍ରାମ କୋକସରା ବ୍ଲକ ର ଡୁଡୁକାଠେଙ୍ଗା କୁ ବାଜାଗଜା ସହ ଛାଡିବାକୁ ଆସିଥିଲେ।ଏହି ଅବସରରେ ସ୍ଥାନୀୟ ଧାନ ମଣ୍ଡି।ପରିସରରେ ଏକ ସମ୍ବର୍ଦ୍ଧନା ସଭା ର ଆୟୋଜନ କରା ଯାଇଥିଲା। ଏହି ସଭା ରେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଧଅରପୁର ଗ୍ରାପ ଗୌରୀ ସେଠିଆ, ପୂର୍ବତନ ସରପଞ୍ଚ ଜାହ୍ନବୀ ଜୁଏଡ଼, ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ,ପୁର୍ବତନ ଜୟନ୍ତପୁର ସରପଞ୍ଚ ରମଣୀ ଦୁରିଆ, ପୂର୍ବତନ ସରପଞ୍ଚ ଅଁଳାଭଟା ଚୁଡାମଣି ନାଏକ,କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାପ ସରପଞ୍ଚ ହରିପ୍ରିୟା ନାଗ,ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ, ଖଇରପଦାର ସରପଞ୍ଚ ସଂଯୁକ୍ତା ବାଗ,ବରିଷ୍ଠ ଆଇନଜୀବୀ ଦିଗାମ୍ବର ଦୁରିଆ, ପୂର୍ବତନ ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠିଆ, ସ୍ଥାନୀୟ ବୁଦ୍ଧିଜୀବୀ ବନମାଳୀ ବାଗ, ପୂର୍ବତନ ସରପଞ୍ଚ ଉଛୁଲା ଗ୍ରାପ ଜୟପାଟଣା ବ୍ଲକ କମଳ ଚରଣ ରାଉତ,ଚିତ୍ରସେନ ଗୋପାଳ, ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଖମାରି ଙ୍କ ପଞ୍ଚାୟତ ସ୍ତରରେ କାର୍ଯ୍ୟ ଦକ୍ଷତା ଓ ଲୋକଙ୍କ ସହ ମେଳାପୀ ସମ୍ପର୍କ କୁ ପ୍ରସଂଶା କରିବା ସହ ତାଙ୍କ ଅବସର କାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଳି କହିଥିଲେ। କାର୍ଯ୍ୟକ୍ରମ କୁ ଖଗେଶ୍ବର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ଖମାରି ସମସ୍ତ ଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମ କୁ ଡୁଡୁକାଠେଙ୍ଗା ପଞ୍ଚାୟତ ଦର୍ଲିପଡା ଗ୍ରାମ ଗଙ୍ଗାମାୟି ଯୁବକ ସଂଘ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ