Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ବିଡ଼ିଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ।

କଳାହାଣ୍ଡି,୧୫/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ କୋକସରା ବିଡ଼ିଓ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପୃଥକ ପୃଥକ ଭାବେ ୨ ଗୋଟି ଦାବିପତ୍ର ବିଡ଼ିଓ ଙ୍କ ଅନୁପସ୍ଥିତ କାରଣରୁ ହିସାବ ରକ୍ଷକ ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ। ଏହି ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଅର୍ଥ ଆଇନ ସଂଶୋଧିତ ଚତୁର୍ଥ ପରିଚ୍ଛେଦ କୁ ପ୍ରତ୍ୟାହାର, ୨୦୨୫ ଅଷ୍ଟମ ବେତନ କମିଶନ ଗଠନ କରାଯାଇ ପ୍ରତି ୫ ବର୍ଷ ରେ ଦରମା ଓ ପେନସନ ସଂଶୋଧନ, କ୍ୟାସ ଲେସ ସ୍ୱାସ୍ଥ୍ୟ ବୀମା ଲାଗୁ, ଶ୍ରମିକ କର୍ମଚାରୀ ବିରୋଧୀ ୪ ଗୋଟି ଶ୍ରମ ବର୍ଷ କୁ ପ୍ରତ୍ୟାହାର, ଏନ ପି ଏସ ଓ ୟୁ ପିଏସ ଯୋଜନା କୁ ପ୍ରତ୍ୟାହାର କରି ପୁରୁଣା ପେନସନ ଯୋଜନା ଲାଗୁ କରିବା, କରୋନା ସମୟର ୧୮ ମାସ ର ମହଙ୍ଗା ଭତ୍ତା ପ୍ରଦାନ କରାଯାଉ,ବରିଷ୍ଠ ନାଗରିକ ଙ୍କୁ ରେଳ ଯାତ୍ରା ରେ ରିହାତି,କମ୍ୟୁଟେସନ ର ଅବଧି ୧୫ ପରିବର୍ତ୍ତେ ୧୦.୮ ମାସ କୁ ହ୍ରାସ କରାଯାଉ, କେନ୍ଦ୍ର ଅନୁରୂପ ଚିକିତ୍ସା ଭତ୍ତା ପ୍ରଦାନ,ପିଡିପିଏ ବିଭାଗ ର ପୁନଃ ପ୍ରଚଳନ, ୬୫ ବର୍ଷ ରୁ ଅତିରିକ୍ତ ପେନସନ, କେନ୍ଦ୍ର ଅନୁରୂପ ୯ ହଜାର ସର୍ବନିମ୍ନ ପେନସନ ପ୍ରଦାନ, ପେନସନ ନିର୍ଦ୍ଧାରିତ ତ୍ରୁଟି କୁ ପେ ମାଟ୍ରିକ ଆଧାର ରେ ସଂଶୋଧନ, ପେନସନର ମାନଙ୍କ ପାଇଁ ଭୁବନେଶ୍ବର ରେ ସରକାରୀ ବାସଗୃହ ଆଦି ଦାବି ପ୍ରମୁଖ ରହିଛି। ଦାବିପତ୍ର ପ୍ରଦାନ ସମୟରେ ବ୍ଲକ ପେନସନ ଗ୍ରାହୀ ସଙ୍ଘ ର ସଭାପତି ତ୍ରିନାଥ ଠାକୁର, ସମ୍ପାଦକ ମିନିକେତନ ପ୍ରଧାନୀ, ଗୁଣନିଧି ବାଗ, କେଶବ ଚନ୍ଦ୍ର ବାଗ, ବ୍ୟୋମ କେଶ ସାହୁ, ଉମେଶ ଚନ୍ଦ୍ର ପ୍ରଧାନୀ, ଗୋକୁଳ ଖମାରି, ଚୌବନ ରଣା,ନବୀନ କୁମାର ଚଣ୍ଡି, ଧନେଶ୍ୱର ପଣ୍ଡା,ମୁକ୍ତେଶ୍ଵର ପଟ୍ଟନାୟକ,ବୁଟୁ ସରାବୁ, ଶିଶୁ ଦେବ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ