Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାକିରୀ ଆଶା ଦେଖାଇ ଯୁବତୀଙ୍କୁ ନିର୍ଯ୍ୟାତନା,କୋକସରା ବ୍ଳକ ଉପାଧ୍ୟକ୍ଷଙ୍କ ଉଦ୍ୟମ ରେ ରାଜସ୍ଥାନରୁ ଯୁବତୀ ଉଦ୍ଧାର

କଳାହାଣ୍ଡି,୧୭/୦୭
ସାମାଜିକ ଗଣମାଧ୍ୟମରେ ଠକମାନେ ବିଭିନ୍ନ କମ୍ପାନୀରେ ଚାକିରୀ କରାଇଦେବା ଆଶା ଦେଖାଇ ବିଜ୍ଞାପନ ଜାଲ ବିଛାଇ ଆସୁଛନ୍ତି। ତେବେ ଚାକିରୀ ଆଶାୟୀ ଅନେକ ଯୁବପିଢୀ ଏହି ଠକମାନଙ୍କ ଠାରୁ ବର୍ତ୍ତିପାରି ପାରୁନାହାନ୍ତି। ବିଭିନ୍ନ ସମୟରେ ଠକାମୀର ଶିକାର ଓ ଅପହରଣ ଭଳି ଖବର ମଧ୍ୟ ସାମ୍ନାକୁ ଆସୁଛି। ଠିକ୍ ଏପରି ଏକ ଘଟଣା କୋକସରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଘଟିଛି। ସାମାଜିକ ଗଣମାଧ୍ୟମରେ ଯୁବତୀ ଜଣକ ବିଜ୍ଞାପନ ଦେଖି ଯୋଗାଯୋଗ କରିଥିଲେ,ଏବଂ ପରବର୍ତ୍ତୀ ସମୟରେ ଚାକିରୀ ପାଇଁ ରାଜସ୍ଥାନ ସହରକୁ ଯାଇ ନିର୍ଯାତନା ଶିକାର ହୋଇଛନ୍ତି। ନିର୍ଯାତିତା ଯୁବତୀ ଜଣକ କୋକସରା ଥାନା ଲଡୁଗାଁ ଅଞ୍ଚଳର ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଝିଅ ଗତ ୬ ତଳେ ନିଖୋଜ ହୋଇଥିବା ଓ ପରବର୍ତ୍ତୀ ସମୟରେ ରାଜସ୍ଥାନରେ ଚାକିରୀ ପାଇଁ ଆସିଥିବା ଏବଂ ତାଙ୍କୁ ଆଶା ଦେଖାଇ ଆଣିଥିବା ଯୁବକ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା ସନ୍ଧାନ ମିଳିଥିବା ପରେ ଝିଅର ମାଆ ଗତ ୧୫ ତାରିଖରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ଜଣାଇଥିଲେ। ଏନେଇ ବ୍ଳକ ଉପାଧ୍ୟକ୍ଷ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଏହାପରେ ଜିଲ୍ଲା ପୋଲିସ ପ୍ରଶାସନର ସହଯୋଗ କରି ସେଠାକାର ଲୋକଙ୍କ ପୋଲିସ ଷ୍ଟେସନ ସହ ଯୋଗାଯୋଗ କରିଥିଲେ। ଏହା ପରେ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଓ ତାଙ୍କ ସହଯୋଗୀ ରବିନାରାୟଣ ଦାସଙ୍କ ସହ ରାଜସ୍ଥାନ ଉଦୟପୁର ଥାନା ଅନ୍ତର୍ଗତ ପ୍ରତାପ ନଗର ପୋଲିସ ଫାଣ୍ଡିରୁ ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି। ଅନ୍ୟପଟେ ଯୁବକ କୁ ପ୍ରତାପ ନଗର ପୋଲିସ ଗିରଫ କରିଛି।ଆଜି ଫ୍ଳାଇଟ୍ ଯୋଗେ ଯୁବତୀ କୁ ନିଜ ଗାଁକୁ ଆଣୁଥିବା ସୂଚନା ମିଳିଛି। ଏହି ଖବର ପରେ ଝିଅ ପରିବାର ସମେତ ଅଞ୍ଚଳବାସୀ ବ୍ଳକ ଉପାଧ୍ୟକ୍ଷଙ୍କ ମାନବିକତା ଙ୍କୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ