Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରୀକଙ୍କୁ ପରିଚୟ ପତ୍ରରେ ବିଳମ୍ବ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ

ସମ୍ବଲପୁର:ବରଗଡ଼ ଜିଲ୍ଲା ବରିଷ୍ଠ ନାଗରୀକ ସଂଘର ପ୍ରମୁଖ କର୍ମକର୍ତ୍ତା ଆଜି ବରଗଡ଼ ପୋଲିସ ଏସ.ପି ଶ୍ରୀ ପ୍ରହଲ୍ଲାଦ ସହାୟ ମିନା ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟି ୨୦୧୯ କରୋନା ସମୟରୁ ଅଧିକାଂଶ ଥାନାରେ ବରିଷ୍ଠ ନାଗରିକଙ୍କୁ ପୋଲିସ ପରିଚୟ ପତ୍ର ପ୍ରଦାନରେ ଅହେତୁକ ବିଳମ୍ବର ପ୍ରତିବାଦ ଜଣାଇ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିନିଧି ମଣ୍ଡଳୀ ଅନୁରୋଧ କରିଥିଲେ। ଜିଲ୍ଲାର ଆଇନ ଶୃଙ୍ଖଳା ସହ ସାଇବର ଠକେଇ ତଥା ଘରୋଇ ନିର୍ଯାତନା ଭୋଗୁଥିବା ବରିଷ୍ଠ ଙ୍କ ସମସ୍ୟା କୁ ଜଣାଇ ଏହାର ତୁରନ୍ତ ପଦକ୍ଷେପ ନେବା ସହ ଖୁବ ଶୀଘ୍ର ପୋଲିସ ପରିଚୟ ପତ୍ର ପ୍ରଦାନ କରିବା ଓ ଏହାର ସଚେତନତା ପାଇଁ ଏକ କର୍ମଶାଳା କରିବାକୁ ପରାମର୍ଶ ଦେଇଥିଲେ ଥିଲେ।ଯାହାକୁ ଆରକ୍ଷୀ ଅଧିକ୍ଷକ ସକାରାତ୍ମକ ମନୋଭାବ ପୋଷଣ କରି ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ।
ଏହି ପ୍ରତିନିଧି ମଣ୍ଡଳୀରେ ସଭlପତି ପ୍ରମୋଦ ଝାଙ୍କର, ସଂଗଠନ ସମ୍ପାଦକ କେଦାର ମିଶ୍ର,ଉପଦେଷ୍ଟା ଭାରତ ଭୂଷଣ ଦାଶ, ସମ୍ପାଦକ ଗୋବିନ୍ଦ ଦାଶ, ବରିଷ୍ଠ ସାମ୍ବାଦିକ ତଥା ପଶ୍ଚିମ ଓଡିଶା ମହାସଂଘ ର ଉପଦେଷ୍ଟା ରକ୍ଷା କାରୀ ବିଶି, ସହ ସମ୍ପାଦକ କାହ୍ନୁ ଚରଣ ପୃଷ୍ଟି ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ