Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କନ୍ଧସର୍ଗିଗୁଡ଼ା ଠାରେ ବୃକ୍ଷ ରୋପଣ, ଯୋଗଦେଲେ ଜଙ୍ଗଲ ପରିବେଶ,ଶ୍ରମ ବିଭାଗ ମନ୍ତ୍ରୀ ଓ ଧର୍ମଗଡ ବିଧାୟକ।

କଳାହାଣ୍ଡି,୨୦/୦୭
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ କନ୍ଧସର୍ଗିଗୁଡ଼ା ଠାରେ ମା ପାଇଁ ଗଛ ଟିଏ” ଅଭିଯାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମ ରେ ରାଜ୍ୟ ସରକାର ଙ୍କ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଙ୍ଗ ଖୁଣ୍ଟିଆ ଓ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇ ଅନାବଶ୍ୟକ ଜଙ୍ଗଲ କ୍ଷୟ,ପରିବେଶ ପ୍ରଦୂଷଣ,ଏବଂ ଜଳବାୟୁ ତାପୟନ ଓ ଜଳବାୟୁ ପରିବର୍ତ୍ତନ ଫଳରେ ପରିବେଶ ଦୂଷିତ ହେବା ସହ ମଣିଷ ସମାଜ ବିପତ୍ତି ଆଡକୁ ଟାଣି ହେଉଛି।ଏହା ଦ୍ୱାରା ମଣିଷ ସମାଜ କୁ ବିଭିନ୍ନ ଭୁତାଣୁ ଜନିତ ରୋଗ,ପ୍ରାକୃତିକ ଦୁର୍ବିପାକ,ଜୀବଜଗତ ପ୍ରତି ବିପଦ ଦେଖା ଦେଉଛି ବୋଲି ସଚେତନ କରାଇଥିଲେ। ଏଥିରେ ପୂର୍ବତନ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ହେମନ୍ତ କୁମାର ମାଝୀ , ହିମାଂଶୁ ପଣ୍ଡା ସମେତ ଅନେକ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥାଇ ବୃକ୍ଷ ରୋପଣ କରିଥିଲେ।