Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜାନନ ଙ୍କ ପୂଜନୋତ୍ସଵ ପାଇଁ ମାଟି ଅନୁକୂଳ।

କଳାହାଣ୍ଡି,୨୩/୦୭
ଅଗ୍ରଦେବ ଶ୍ରୀ ଗଣେଶ ଙ୍କ ପୂଜନୋତ୍ସଵ ଆଗକୁ ଆସୁଥିବା ବେଳେ ଶ୍ରୀ ଗଣେଶ ଙ୍କ ପୂଜା ପାଇଁ ପୂଜା କମିଟି ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି।ଚଳିତ ବର୍ଷ କୋକସରା ଗ୍ରାମବାସୀ ଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଭିଆଇପି ଲେନ କଲେଜ ଛକ ନିକଟରେ ମହା ସମାରୋହ ରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଧବାର ଶ୍ରୀ ଗଣେଶ ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କମିଟି ପକ୍ଷରୁ ମାଟି ପୂଜନ କରାଯାଇଛି। ପୂଜାକର୍ତ୍ତା ଭାବେ ଶିବୁ ଅଗ୍ରୱାଲ ମାଟି ପୂଜନ ଓ ଅନୁକୂଳ କରିଥିଲେ। ୧୦ ଦିନ ପର୍ଯ୍ୟନ୍ତ ମହା ସମାରୋହରେ ଗଣେଶ ପୂଜା ହେବାନେଇ କମିଟି ପକ୍ଷରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ