Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ଦେବେ ମୋଦୀ

ଭୁବନେଶ୍ବର: ଆଜି ଦେଶର ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ ରୋଜଗାର ମେଳା। ଏହା ଜରିଆରେ ନିଯୁକ୍ତିପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ଦେଶର ୭୧ ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ ମିଳିବ ନିଯୁକ୍ତିପତ୍ର। ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଯୁକ୍ତିପତ୍ର ଦେବେ ମୋଦୀ। ନବ ନିଯୁକ୍ତ କର୍ମଚାରୀଙ୍କୁ କରିବେ ସମ୍ବୋଧନ ।

ଗ୍ରାମୀଣ ଡାକ ସେବକ, ଡାକ ଇନ୍ସପେକ୍ଟର, କମର୍ସିଆଲ କମ୍ ଟିକଟ କ୍ଲର୍କ, ଟ୍ରାକ ମେଣ୍ଟେନାନ୍ସ ଆଦି ପଦବୀ ଗୁଡିକ ପାଇଁ ନିଯୁକ୍ତି ପତ୍ର ଦିଆଯିବ । କେନ୍ଦ୍ର ସରକାରଙ୍କ ନିଯୁକ୍ତି ସୃଷ୍ଟି ଅଭିଯାନ ଅନ୍ତର୍ଜତ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ