ଦଳିତ ମହିଳା ଙ୍କୁ ସଂଘ ବଦ୍ଧ ଆକ୍ରମଣ ଉପଖଣ୍ଡ ଆରିକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଏଓଏସସିଏଫ ସଙ୍ଘ।


କଳାହାଣ୍ଡି,୨୯/୦୭
କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦଳସର୍ଗି ଗ୍ରାମରେ ଚାଷ ଜମି କୁ କେନ୍ଦ୍ର କରି ଦଳଗତ ଭାବେ କିଛି ଗ୍ରାମ ବାସୀ କେତେ ଜଣ ଦଳିତ ମହିଳାଙ୍କୁ ଗ୍ରାମର କିଛି ଲୋକ ମରଣମତ୍କା ଆକ୍ରମଣ କରିଥିଲେ କିନ୍ତୁ କୋକସରା ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି ନ ଥିବାରୁ ମହିଳା ଙ୍କ ପରିବାର ଲୋକେ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ର କାର୍ଯ୍ୟକର୍ତ୍ତା ଙ୍କ ସହ ମିଶି ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଆରିକ୍ଷୀ ଅଧିକାରୀ ଓ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ଦ୍ୱାରସ୍ତ ହୋଇଛନ୍ତି।
ଅଭିଯୋଗ ମତେ ଧର୍ମଗଡ ବ୍ଲକ ଦଳସର୍ଗି ଗ୍ରାମର ଧନମତି ଭରତିଆଙ୍କ ପରିବାର ଦଳସର୍ଗୀ ନଦୀ କୂଳରେ ଥିବା ସରକାରୀ ଜମିରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ହେବ ରହି ଆସୁଛନ୍ତି। ଏବଂ ନିଜ ଗୁରୁରାଣ ମେଣ୍ଟାଇବା ପାଇଁ ସେହି ସରକାରୀ ଜମିରେ ଧାନ ସମେତ ଡାଲି ଜାତୀୟ ଶସ୍ୟ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଏ ବର୍ଷ ମଧ୍ୟ ସେହି ଜାଗା ରେ ଧାନ ଓ ଡାଲି ଜାତୀୟ ଚାଷ କରିଥିଲେ।ପରିବାରର ଧନମତି ଭର୍ତିଆ, ପ୍ରତିମା ଭର୍ତିଆ,ଜୟନ୍ତୀ ଭର୍ତିଆ,ସୋନିଆ ଭର୍ତିଆ,ଧ୍ରୁବ ଚରଣ ଭର୍ତିଆ, ଚାଷ କରିଥିବା ଜମି ରେ କିଛି ଗ୍ରାମ ବାସୀ ଗାଈଗୋରୁ ଛାଡି ଦେଇଥିଲେ।ଗାଈ ବଳଦ କୁ ତଡିବା ପାଇଁ ଏହି ମହିଳା ମାନେ ଯିବା ସମୟରେ ଗ୍ରାମର କିଛି ବ୍ୟକ୍ତି ସେମାନଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ଠେଙ୍ଗା ସାହାଯ୍ୟ ରେ ମରଣାନ୍ତକ ଆକ୍ରମଣ କରିଥିଲେ । ପରବର୍ତ୍ତୀ ସମୟରେ ସମସ୍ତେ ଗୁରୁତର ଅବସ୍ଥାରେ କୋକସରା ଥାନା ର ଦ୍ୱାରସ୍ତ ହୋଇ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି କୋକସରା ଥାନାରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀଣି ସ୍ନିଗ୍ଧା ରାଣୀ ସୁନା ଘଟଣା ସ୍ଥଳକୁ ଆସି ତଦନ୍ତ କରି ଗ୍ରାମର ୩୧ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲେ। ତଦନ୍ତ ପାଇଁ ଧର୍ମଗଡ ଏସଡିପିଓ ଡୋଳାମଣି ଭୋଇ , ଧର୍ମଗଡ଼ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ ପହଞ୍ଚି ଘଟଣାର ତଦନ୍ତ କରିଥିଲେ।
କିନ୍ତୁ ଘଟଣାର ୩ ଦିନ ପରେ ମଧ୍ୟ ଦୋଷୀ ମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଜିଲ୍ଲାର ସାମାଜିକ ଅଗ୍ରଣୀ ସଂଗଠନ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଧର୍ମଗଡ଼ ଉପଖଣ୍ଡ ସଭାପତି ବିରଞ୍ଚି ନାରାୟଣ ଜାଲ ଙ୍କ ନେତୃତ୍ୱରେ ଜିଲ୍ଲାପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ସଙ୍ଘ ର ଉପଦେଷ୍ଟା ଲକ୍ଷ୍ମୀକାନ୍ତ ବାଗ, ଅପରେଶ ସ୍ୱାଇଁ, ଆଇନପରାମର୍ଶ ଦାତା ଦିଗାମ୍ବର ଦୁରିଆ, ଢଗ ନାଏକ, ସଙ୍ଘ ର ଜିଲ୍ଲା ମହାସଚିବ ଯତୀନ୍ଦ୍ର କର, କାର୍ଯ୍ୟକାରୀ ସଭାପତି ଅଜୟ ଦୀପ, କୋଷାଧ୍ୟକ କୌଶିକ ଦୁରିଆ, ଜିଲ୍ଲା ଉପସଭାପତି ଧବଳେଶ୍ୱର ନାଗ, ରମେଶ ଚନ୍ଦ୍ର ଦୁର୍ଗା, ଦେବେଶ କର ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ର ସଦସ୍ୟ ମାନେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡୋଳାମାଣି ଭୋଇଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ। ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହିତ ଉଭୟ ପକ୍ଷ ଗ୍ରାମରେ ଶାନ୍ତି ବଜାଇ ରଖିବା ପାଇଁ ଅଧିକାରୀ ମାନେ କହିଥିଲେ।