Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁ଼.ଏ.ଏସ୍ ପ୍ରଚଳନ ବ୍ୟବସ୍ଥାକୁ ଜୟପାଟଣା ପ୍ରାଥମିକ ଶିକ୍ଷକ ସଙ୍ଘର ବିରୋଧ।

କଳାହାଣ୍ଡି,୩୦/୦୭
ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମୀ ନଥାଇ ୟୁ.ଏ.ଏସ୍,ଲାଗୁ କରିବା ବିଭାଗୀୟ ଦୁରଦୃଷ୍ଟିର ଅଭାବ ବୋଲି ଦାବି କରିଛି ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ । ପ୍ରକାଶ ଥାଉ କି କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ,ଓସେପା ନିର୍ଦ୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ୟୁ.ଏ.ଏସ ପ୍ରଚଳନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମୀ ଯଥା- ଶିକ୍ଷକ ନିଯୁକ୍ତି, ମୋବାଇଲ ଫୋନ ପ୍ରଦାନ,ନେଟ୍ ପ୍ୟାକ୍, କମ୍ପ୍ୟୁଟର ଶିକ୍ଷକ ନ ଯୋଗାଇବା ପର୍ଯ୍ୟନ୍ତ ୟୁ.ଏ.ଏସ ପ୍ରଚଳନ ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁଁ ଦାବି କରାଯାଇଥିଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ସାମ୍ପ୍ରତିକ ପରିସ୍ଥିତିରେ ବିଦ୍ୟାଳୟରେ ଶିକ୍ଷକ ଅଭାବ,ଶିଶୁ ବାଟିକା ପାଇଁ ଶ୍ରେଣୀ ଗୃହ ଅଭାବ ଅଣ ଶିକ୍ଷାଦାନ କାର୍ଯ୍ୟକ୍ରମ ଶିକ୍ଷକମାନଙ୍କ ଉପରେ ବୋଝ। ଏତତ୍ ଵ୍ୟତୀତ ଓଡ଼ିଶା ପ୍ରାଥମିକ ବିଦ୍ୟାଳୟ ସମୂହକୁ ଆକଳନ କଲେ ଜଣାଯାଏ ଯେ ସମଗ୍ର ରାଜ୍ୟରେ ୬୦% ବିଦ୍ୟାଳୟରେ ୪୦ ରୁ ୫୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି! ସରକାରୀ ନିୟମ ଅନୂଯାୟୀ ଅନ୍ୟୁନ ଗୋଟିଏ ବିଦ୍ୟାଳୟରେ ୨ ଜଣ ଶିକ୍ଷକ ରହନ୍ତି ।ଏଭଳି ମଧ୍ୟ ବିଦ୍ୟାଳୟ ଅଛି ଯେଉଁଥିରେ ୩୦୦ ରୁ ୭୦୦ ପର୍ଯ୍ୟାନ୍ତ ମଧ୍ୟ ପିଲା ଅଛନ୍ତି । ସେଠାରେ ମଧ୍ୟ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି । ଏହି ପରିସ୍ଥିତିରେ ୟୁ .ଏ.ଏସ୍ ଲାଗୁ କରିବା ଆଦୋୖ ସମ୍ଭବ ନୁହେଁ ଏଣୁ ନିବେଦନ ତୁରନ୍ତ ବିଭିନ୍ନ ବର୍ଗର ପଦବୀକୁ ପୂରଣ କରିବା ସହିତ ଶିକ୍ଷକମାନଙ୍କୁ ବୋଝମୁକ୍ତ କରାଇଲେ ୟୁ.ଏ.ଏସ୍ ତଥା ଶିଶୁ ବାଟିକା ବ୍ୟବସ୍ଥା ସାକାର ହୋଇପାରିବ।ଯେ ପର୍ଯ୍ୟନ୍ତ ଉପଯୁକ୍ତ ଭିତ୍ତିଭୂମି ନ କରାଯାଇଛି, ୟୁ. ଏ. ଏସ୍ ବନ୍ଦ କରିବାକୁ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରମୋଦ କୁମାର ଠାକୁର ଓ ସାଧାରଣ ସଂପାଦକ ଲଳିତ କୁମାର ନାଏକ ପୁନବାର୍ ସରକାରଙ୍କୁ ଅନୁରୋଧ କରୁଛନ୍ତି । ନରେତ୍ ପରବର୍ତ୍ତୀ ସମୟରେ ଶିକ୍ଷକ ଅସନ୍ତୋଷ୍ ଆନ୍ଦୋଳନରେ ରୂପ ନେବ ଏ ଥିରେ ସନ୍ଦେହ ନାହିଁ। କାର୍ଯ୍ୟକ୍ରମରେ ସଞ୍ଜୟ ପଣ୍ଡା, ରମାକାନ୍ତ ମାଝୀ, ପ୍ରଫୁଲ୍ଲ ବେହେରା,ସୁରତ ରଂଜନ ପଣ୍ଡା, ସରୋଜ ମିଶ୍ର,ଅଭୟ ଖମାରୀ, ଭବାନୀ ପଣ୍ଡା, ସ୍ବପନେଶ୍ୱର ଦାସ,ଚମାର ସେଠୀ,ଅରୁଣ ପଟ୍ଟନାୟକ,ମାନସ ରଞ୍ଜନ ପଣ୍ଡା,ତାପସ ରଞ୍ଜନ ପଣ୍ଡା, ସତ୍ୟ ନାରାୟଣ ମୁଣ୍ଡ, ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ