Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଥାନା ରେ ଯୋଗଦେଲେ ନୂତନ ଥାନା ଅଧିକାରୀ।

କଳାହାଣ୍ଡି,୦୨/୦୮
କଳାହାଣ୍ଡି ଜିଲ୍ଲା କୋକସରା ପୋଲିସ ଷ୍ଟେସନ ରେ ନୂତନ ଥାନା ଅଧିକାରୀ ଭାବେ ଜୟ ପ୍ରକାଶ ନାରାୟଣ ହୋତା ଯୋଗ ଦେଇଛନ୍ତି। ପୂର୍ବରୁ ସେ ଆମପାଣି ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ କୋକସରା ଥାନା ଅଧିକାରିଣୀ ସ୍ନିଗ୍ଧାରାଣି ସୁନା ଙ୍କୁ ଜୟପାଟଣା ଥାନା କୁ ବଦଳି ହେବାପରେ ତାଙ୍କ ସ୍ଥାନରେ ଶ୍ରୀ ହୋତା ଯୋଗ ଦେଇଛନ୍ତି। କୋକସରା ଥାନାଞ୍ଚଲ ରେ ଅପରାଧିକ କାର୍ଯ୍ୟକଳାପ,ଟ୍ରାଫିକ ସମସ୍ୟା, ଜନ ସାଧାରଣ ଙ୍କୁ ନ୍ୟାୟ ପ୍ରଦାନ ରେ ସ୍ୱଚ୍ଛତା ଓ ଥାନାଞ୍ଚଲ ରେ ଶାନ୍ତି ଶୃଙ୍ଖଳା ସହ ଲୋକଙ୍କ ସହିତ ଉତ୍ତମ ସମ୍ପର୍କ ରଖିବା ନେଇ କହିଛନ୍ତି ଓ ପୋଲିସ ପ୍ରଶାସନ କୁ ଜନ ସାଧାରଣ ଙ୍କ ସହଯୋଗ ପାଇଁ ମଧ୍ୟ ସେ ଅପିଲ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ