Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଞ୍ଜିବାହାଲ-ମହାଜଗୁଡା ଆରଡ଼ି ରାସ୍ତା,ନିର୍ମାଣ ର ୨ ମାସ ମଧ୍ୟରେ ଫାଟି ଆ,ଠିକା ସଂସ୍ଥାର ଲାଇସେନ୍ସ ବାତିଲ ଦାବି କଲେ ବ୍ଳକ ଉପାଧ୍ୟକ୍ଷ।

କଳାହାଣ୍ଡି,୦୬/୦୮
ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ ହୋଇଥିବା କୋକସରା ବ୍ଲକ ବାଞ୍ଜିବାହାଲ- ମହାଜଗୁଡା ରାସ୍ତା ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ଏଣେ ଗତ ଦୁଇ ମାସତଳେ ନିର୍ମାଣ ହୋଇଥିବା ରାସ୍ତା ଫାଲ ଫାଲ ହୋଇ ସତେକି ଭୂମିକମ୍ପ ରେ ଧସିଲା ଭଳି ମନେ ହେଉଛି।ଯାହା ଫଳରେ ସ୍ଥାନୀୟ ଗ୍ରାମବାସୀ ଠିକା ସଂସ୍ଥାର ଲାଇସେନ୍ସ ବାତିଲ କରିବା ସହ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଦାବି କରିଛନ୍ତି।
ସୂଚନା ଅନୁସାରେ, କାଉଡୋଲା ଗ୍ରାମ ପଞ୍ଚାୟତର ବାଞ୍ଜିବାହାଲଠାରୁ ୨୬ ନମ୍ବର ଜାତୀୟ ରାଜପଥ ମହାଜନଗୁଡା ସଂଯୋଗ କରୁଥିବା ରାସ୍ତା ମଝିରେ ଥିବା ମୁଟୁରା ନଦୀ କୂଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ସେତୁ ଓ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଛି। ଏହାକୁ ରଘୁ ନନ୍ଦନ ଅଗ୍ରୱାଲ ନାମକ ଏକ ଠିକାଦାର କାର୍ଯ୍ୟ ହାତକୁ ନେଇଥିବା ସୂଚନା ଫଳକରୁ ଜଣାପଡିଛି। ସେତୁ ଓ ରାସ୍ତା ନିର୍ମାଣ ପାଇଁ ୩ କୋଟି ୭୧ ଲକ୍ଷ ୬୫ ହଜାର ୬୮ ଟଙ୍କା ଅନୁଦାନ ରହିଛି। ତେବେ ଅତ୍ୟଧିକ ନିମ୍ନମାନର କାମ ହୋଇଥିବାରୁ ରାସ୍ତା ଫାଟି ଆଁ କରିଛି। ଏନେଇ ବାଞ୍ଜିବାହାଲ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାକୁ ନିର୍ମାଣ ସମୟରେ ଜଣାଇଥିଲେ ମଧ୍ୟ କେହି ଦୃଷ୍ଟି ଦେଇ ନଥିଲେ। ଠିକା ସଂସ୍ଥା ନିଜର ମନମର୍ଜି କାମ ଯୋଗୁଁ କୋଟି ଟଙ୍କାର ରାସ୍ତା ଅଳ୍ପ ଦିନରେ ଫାଟି ଆ କରିଛି। ବାଞ୍ଜି ବାହଲ ଗ୍ରାମବାସୀ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କୁ ଅନେଇ ଅଭିଯୋଗ କରିଥିଲେ। ଏହାପରେ ବ୍ଳକ ଉପାଧ୍ୟକ୍ଷ ଅଗ୍ରୱାଲ ରାସ୍ତା ଦେଖାଇବାକୁ ଯାଇଥିଲେ। ରାସ୍ତାଟି ଫାଟିଯାଇ ଥିବାଦେଖି ଏଭଲି ନିମ୍ନମାନର କାର୍ଯ୍ୟ କରିଥିବା ଠିକାସଂସ୍ଥା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲାଇସେନ୍ସ ବାତିଲ କରିବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ବାଞ୍ଜିବାହାଲ ଗ୍ରମାର କେଦାର ମାଝୀ, ଦୁର୍ବଳ ମାଝୀ, ପରମେଶ୍ବର ମାଝୀ, କାମଦେବ ମାଝୀ, ରୋହିତ ମାଝୀ, ସୁଧୀର ନାଏକ, ହରିହର ମାଝୀ, ହିମାଦ୍ରୀ ମାଝୀ, ତାରାଚନ ମାଝୀ, ଶଙ୍କର ରାଉତ, ସୁରେନ୍ଦ୍ର ମାଝୀ, ରୁଦ୍ର ମାଝୀ, ଦେବାନନ୍ଦ ମାଝୀ, ଭଜମନ ନାଏକ ପ୍ରମୁଖ ଗ୍ରାମବାସୀ ଠିକା ସଂସ୍ଥା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁରେଶ ବରିହାଙ୍କୁ ପଚାରିବାରୁ କାର୍ଯ୍ୟ ସରିନାହିଁ ନିର୍ମାଣଧିନ ରହିଛି, ନୂଆଁ ମାଟି ପଡ଼ିଥିବାରୁ ରାସ୍ତା ଦବି ଯାଇଛି, ପୁଣି ଥରେ ମରାମତି କରିବା ପାଇଁ ଠିକା ସଂସ୍ଥାକୁ କହିଥିବା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ