Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ, ଉନ୍ନୟନ କାର୍ଯ୍ୟ ଉପରେ ମତ ରଖିଲେ ଜନ ପ୍ରତିନିଧି।

କଳାହାଣ୍ଡି,୦୭/୦୮
କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତି ସଭାଗୃହ ରେ ଗୁରୁବାର ବ୍ଲକ ର ୨୨ ପଞ୍ଚାୟତ ର ନିର୍ବାଚିତ ଜନ ପ୍ରତିନିଧି ଓ ବ୍ଲକ ର ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ନେଇ ସମିତି ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଏହି ସମିତି ବୈଠକରେ ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ତ୍ରିନାଥ ବାଗ, ବୈଜୟନ୍ତି ପୁଝାରି, ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଜିପିଡ଼ିଓ ରାଜେନ୍ଦ୍ର ପାତ୍ର ପୂର୍ବ ବୈଠକ ର ବିବରଣୀ ପ୍ରଦାନ କରିବା ପରେ ଖୁଣ୍ଟିଆ ପଞ୍ଚାୟତ ର ଦିବଙ୍ଗତ ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ ଙ୍କ ବିୟୋଗ ରେ ନିରବ ପ୍ରାର୍ଥନା କରିଥିଲେ।
ବୈଠକରେ ସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଙ୍କୁ ବିଗତ କିଛିଦିନ ତଳେ ସର୍ଗିପାନି ଗ୍ରାମ ର ଗର୍ଭବତୀ ମହିଳାଙ୍କ ବାଟରେ ପ୍ରସବ ଘଟଣା ନେଇ ଉପାଧ୍ୟକ୍ଷ ପ୍ରଶ୍ନ କରିଥିଲେ ଓ ଏହାର ଉତ୍ତର ରେ ସ୍ୱାସ୍ଥ୍ୟ ଅଧିକାରୀ ଆମପାଣି ପଞ୍ଚାୟତ ର ଦୁର୍ଗମ ଅଞ୍ଚଳ ର ପ୍ରସୂତି ଙ୍କ ପାଇଁ ଏକ ମା ଗୃହ ଆମପାଣି ଠାରେ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା,ଯଦି ମା ଗୃହ ନିର୍ମାଣ ହେବ ତାହେଲେ ପ୍ରସୂତି ମହିଳା ଙ୍କୁ ପୂର୍ବରୁ ମା ଗୃହ ରେ ରଖି ନିରାପଦ ପ୍ରସବ କରାଇହେବ ବୋଲି ମତ ଦେଇଥିଲେ।ଏହା ସହ ଦୁର୍ଗମ ଅଞ୍ଚଳ ରେ ମ୍ୟାଲେରିଆ ନିରାକରଣ ଦମନ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରହିଥିବା ନେଇ ସୂଚନା ଦେଇଥିଲେ।ସେହିପରି ଶିକ୍ଷା ବିଭାଗ,ପାନୀୟ ଜଳ ବିଭାଗ, ଜଳସେଚନ ବିଭାଗ,ବିଦ୍ୟୁତ ବିଭାଗ କୃଷି ବିଭାଗ,ଉଦ୍ୟାନ କୃଷି ବିଭାଗ,ସମନ୍ୱିତ ଶିଶୁ ପ୍ରକଳ୍ପ, ପୂର୍ତ୍ତ ବିଭାଗ,ଗ୍ରାମ୍ୟ ଉନ୍ନୟନ ବିଭାଗ,ଯୋଗାଣ ବିଭାଗ ର ଅଧିକାରୀ ମାନେ ନିଜ ନିଜ ବିଭାଗ ର ଉନ୍ନୟନ କାର୍ଯ୍ୟ ସମ୍ପାଦନ ନେଇ ରିପୋର୍ଟ ପ୍ରଦାନ କରିଥିଲେ। ସମିତି ସଭ୍ୟ ଓ ସରପଞ୍ଚ ମାନେ ନିଜ ପଞ୍ଚାୟତ ର ବିଭିନ୍ନ ମୌଳିକ ସମସ୍ୟା ଉପସ୍ଥାପନା କରିବା ସହ କୋକସରା ବ୍ଲକ ବାହାରୁ ନିଜକୁ ସାମ୍ବାଦିକ ପରିଚୟ ବିଭିନ୍ନ ସମୟରେ ଅଣ ସାମ୍ବାଦିକ ମାନେ ବିଭିନ୍ନ ପଞ୍ଚାୟତ ରେ ଆସି ଉନ୍ନୟନ ମୂଳକ କାର୍ଯ୍ୟ ରେ ବାଧା ସୃଷ୍ଟି କରୁଥିବା ନେଇ ବିଭିନ୍ନ ପଞ୍ଚାୟତ ର ଜନ ପ୍ରତିନିଧି ମାନେ ଉଦବେଗ ପ୍ରକାଶ କରିଥିଲେ। ପରିଶେଷରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ଉପସ୍ଥିତ ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ