Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଧିବାମନ ମନ୍ଦିର ରେ ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ କଲେ ଜ୍ୟୋର୍ତିବିଦ।

କଳାହାଣ୍ଡି,୦୯/୦୮
ଚଳିତ ଅଗଷ୍ଟ ମାସ ୨୮ ତାରିଖରେ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପର୍ବ ପାଳନ ଅନୁଷ୍ଠିତ ହେବ। ଏଥିପାଇଁ ଶନିବାର ରାକ୍ଷୀ ପୂର୍ଣ୍ଣିମା ତିଥିରେ ସକାଳ ୧୦ ଘଣ୍ଟା ସମୟରେ ଜୁନାଗଡ଼ ଶ୍ରୀ ଦଧିବାମନ ଜଗନ୍ନାଥ ମନ୍ଦିର ରେ କଳାହାଣ୍ଡି ପଣ୍ଡିତ ମହାସଭା ଅନୁଷ୍ଠିତ ହୋଇ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇ ଯାଇଛି।ଏହି ସଭା ରେ ଜ୍ୟୋର୍ତିବିଦ ପଣ୍ଡିତ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ,ଜ୍ୟୋର୍ତିବିଦ ଫକୀର ମୋହନ ପାଟ୍ଟଯୋଶୀ,କର୍ମକାଣ୍ଡ ବିଦ ମଧୁସୂଦନ ପୁରୋହିତ,ଜ୍ୟୋର୍ତିବିଦ ଫକୀର ମୋହନ ପାତ୍ର, ଶ୍ରୀ ନଳିନୀ ରଞ୍ଜନ ବଡ଼ପଣ୍ଡା ଙ୍କ ଉପସ୍ଥିତି ରେ ଜ୍ୟୋର୍ତିବିଦ ମାନେ ନୂଆଁଖାଇ ଲଗ୍ନ ସ୍ଥିରକୃତ କରିଛନ୍ତି । ଆସନ୍ତା ୨୮ ତାରିଖ ଭାଦ୍ରବ ଶୁକ୍ଳ ପଞ୍ଚମୀ ଗୁରୁବାର ଦିବା ୯,୪୮ ମି ଗତେ ୧୦,୩୦ ମଧ୍ୟରେ ବିଶୁଦ୍ଧ ତୁଲା ଲଗ୍ନର ଧନୁ ନବାନ୍ନ ଭକ୍ଷଣ କୁ ଶୁଭ ବୋଳି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ