Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ଉପାଧ୍ୟକ୍ଷ ଙ୍କ ଉଦ୍ୟମ ରେ ତ୍ରିପୁର ରୁ ଉଦ୍ଧାର କୋକସରା ବ୍ଲକ ଅଞ୍ଚଳ ର ୩ ଯୁବତୀ।

କଳାହାଣ୍ଡି,୧୦/୦୮
ଦିର୍ଘ ୮ ମାସ ପରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କ ପ୍ରୟାସ ରେ ତାମିଲନାଡୁ ତ୍ରିପୁର ରୁ ଉଦ୍ଧାର ହୋଇଛନ୍ତି କୋକସରା ବ୍ଲକ ଅଞ୍ଚଳ ର ୩ ଯୁବତୀ। ଏହି ଯୁବତୀ ମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୈଦାଲପୁର ର ଜଣେ ଯୁବକ ନିଯୁକ୍ତି ପ୍ରଲୋଭନ ଦେଖାଇ ଆଜିକୁ ୮ ମାସ ତଳେ କୋକସରା ବ୍ଲକ ଅଞ୍ଚଳ ର କିଛି ଯୁବତୀ ଙ୍କୁ ତାମିଲନାଡୁ ରାଜ୍ୟର ତ୍ରିପୁର ର ଏକ ଜୟା ବିଷ୍ଣୁ କ୍ଲଥିଙ୍ଗ ପ୍ରାଇଭେଟ ଲିମିଟେଡ଼ ନାମକ ସିଲେଇ କେନ୍ଦ୍ର ରେ ନେଇ ଛାଡିଥିଲେ।ସେଠାରେ ପହଞ୍ଚିବା ପରେ ଯୁବତୀ ମାନଙ୍କୁ ଦୈନିକ ୧୨ ଘଣ୍ଟା ଧରି କାମ ରେ ନିୟୋଜିତ କରିବା ସହ କୌଣସି ଶାରୀରିକ ଅସୁସ୍ଥତା ହେଲେ ଛୁଟି ନଦେବା ସହ ସିଲେଇ କେନ୍ଦ୍ର ରେ କାମ କରିବାକୁ ବାଧ୍ୟ କରୁଥିବା ଓ ଯୁବତୀ ଙ୍କୁ ନେଇ ଛାଡି ଥିବା ଦଲାଲ ଯୋଗାଯୋଗ ନହେବା ପରେ କୌଣସି ସମାଧାନ ର ବାଟ ନମିଳିବାରୁ ଯୁବତୀ ମାନେ ଏନେଇ ଗତ ୦୫/୦୮ ତାରିଖରେ କୋକସରା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ଙ୍କୁ ହ୍ଵାଟ୍ସଆପ ଜରିଆରେ ଦଲାଲ ସେମାନଙ୍କୁ ବନ୍ଧକ ରଖିଥିବା ନେଇ ଅଭିଯୋଗ କରିଥିଲେ। ଘଟଣା କୁ ଗୁରୁତ୍ୱ ଦେଇ ବ୍ଲକ ଉପାଧ୍ୟକ୍ଷ କଳାହାଣ୍ଡି ଜିଲ୍ଲା ପ୍ରଶାସନ କୁ ଅବଗତ କରାଇବା ସହ ତ୍ରିପୁରା ରେ ଯୁବତୀ ମାନେ କାମ କରୁଥିବା କମ୍ପାନୀ ସହ ଯୋଗାଯୋଗ କରି ଯୁବତୀ ଙ୍କୁ ଶୀଘ୍ର ଘର କୁ ଛାଡି ଦେବାକୁ କହିଥିଲେ। ପରେ କମ୍ପାନୀ ପକ୍ଷରୁ ୩ ଜଣ ଯୁବତୀ ଙ୍କୁ ଗତ କାଲି ତାଙ୍କର ଜଣେ ସମ୍ପର୍କୀୟ ଭାଇ ଙ୍କ ସହିତ ଛାଡିଥିଲେ। ଯୁବତୀ ମାନେ ଟ୍ରେନ ଯୋଗେ ସୁରକ୍ଷିତ ଭାବେ ତ୍ରିପୁର ରୁ ନିଜ ଭିଟାମାଟି କୁ ଫେରୁଥିବା ଜଣାପଡିଛି।ପୂର୍ବରୁ ମଧ୍ୟ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କ ଉଦ୍ୟମ କ୍ରମେ ପ୍ରେମିକ ଠାରୁ ନିର୍ଯ୍ୟାତିତ ଜଣେ ଯୁବତୀ ରାଜସ୍ଥାନ ପ୍ରତାପ ନଗର ଥାନାଞ୍ଚଲ ରୁ ବ୍ଲକ ଉପାଧ୍ୟକ୍ଷ ନିଜେ ଯାଇ ସୁରକ୍ଷିତ ଉଦ୍ଧାର କରି ପରିବାର କୁ ହସ୍ତାନ୍ତର କରିଥିଲେ। ବ୍ଲକ ଉପାଧ୍ୟକ୍ଷ ଙ୍କ ଏହି ପରି ପ୍ରୟାସ କୁ ସାଧାରଣ ରେ ପ୍ରସଂଶା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ