Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ବାଇକ ରେଲି ଶୋଭାଯାତ୍ରା କାର୍ଯ୍ୟକ୍ରମ।

କଳାହାଣ୍ଡି,୧୪/୦୮
କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶପ୍ରେମ ର ଅସ୍ମିତା ଓ ତ୍ରିରଙ୍ଗା ପତାକା ର ସମ୍ମାନ କୁ ଦେଶପ୍ରେମ ରେ ସମର୍ପିତ କରିବା ଉଦ୍ଦେଶ୍ୟରେ ପ୍ରତି ଭାରତୀୟ ଙ୍କ ମନରେ ଦେଶପ୍ରେମ ଉଜାଗର କରିବା ପାଇଁ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ଆଜି କୋକସରା ବ୍ଲକ ବିଜେପି ୩ ମଣ୍ଡଳ କୋକସରା, ଆମପାଣି ମୋଟେର ପକ୍ଷରୁ ମୂଷାପାଲି ଠାରୁ ତ୍ରିରଙ୍ଗା ଯାତ୍ରା ଶୁଭାରମ୍ଭହୋଇ ଶୁଭାରମ୍ଭ ହୋଇ ଡହଗାଁ,ଛିଲିପାମାଲ,ଝରିଆଗୁଡ଼ା,ମହୁଲମୁଣ୍ଡା,ମାଝିଗୁଡା,ଟେମରା,ମହିମା, ମାଲପଡ଼ା,ଡେଙ୍ଗାଗୁଡ଼ା,ବୋବରିଆ ଓ କୋକସରା ରେ ପହଞ୍ଚି ପଥପ୍ରାନ୍ତ ସଭା ରେ ଦଳୀୟ ନେତୃବୃନ୍ଦ ମାନେ ତ୍ରିରଙ୍ଗା ଯାତ୍ରା ର ଉଦେଶ୍ୟ ନେଇ ଜନ ସାଧାରଣ ଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମ ରେ କୋକସରା ବ୍ଲକ ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ଆମପାଣି।ମଣ୍ଡଳ ସଭାପତି ମଧୁବନ ପାତ୍ର,କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ,ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା,ଅର୍ଜୁନ ଭାଟି,ସନ୍ତୋଷ ମାଝୀ,ତୁଲାରାମ ନାଏକ, ଦ୍ରୋଣାଚାର୍ଯ୍ୟ ପୁଝାରି, ପ୍ରିୟବ୍ରତ ପଣ୍ଡା, ତ୍ରିଲୋକ୍ୟ ବେଶ୍ରା, କ୍ଷୀରସିନ୍ଧୁ ନେଗି, ଇଶ ରାମ ସୁନାନୀ, ଧବଳେଶ୍ବର ଗୋପାଳ, ଶାରଳା ପ୍ରସାଦ ପ୍ରଧାନୀ,ରତନ ମାଝୀ,ନିଲାଞ୍ଚଲ ରାଉତ ଙ୍କ ସମେତ ଶତାଧିକ ବିଜେପି ନେତା ଓ କର୍ମକର୍ତ୍ତା ଏକ ବିରାଟ ବାଇକ ରେଲି ରେ ବାହାରି ମୋଦି ସରକାର ଙ୍କ ଦେଶପ୍ରେମ କୁ ଘରେ ଘରେ ଓ ସଚେତନତା ଅଭିଯାନ ସୃଷ୍ଟି କରିବା ପାଇଁ ଏହି ତ୍ରିରଙ୍ଗା ଯାତ୍ରା ରେ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ