Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପାଳନ।

କଳାହାଣ୍ଡି,୧୫/୦୮
ଆଜି ସାରା ଦେଶରେ ଦେଶର ସ୍ୱାଧୀନତା ପୁର୍ତ୍ତି ର ୭୯ ତମ ସ୍ୱାଧୀନତା ସଂଗ୍ରାମରେ କୁ ହର୍ଷ ଉଲ୍ଲାସ ର ସହ ଦେଶବାସୀ ପାଳନ କରିଛନ୍ତି। ଏହି କ୍ରମ ରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ଗୁଡ଼ହାଣ୍ଡି ମଞ୍ଚ ରେ ପାଳନ କରାଯାଇଛି । କୋକସରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଦିବା ୯:୩୦ ରେ ପତାକା ଉତ୍ତୋଳନ ପରେ ଜବାହାର ଉଚ୍ଚ ବିଦ୍ୟାଳୟ ର ଏନସିସି ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ପରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅଗ୍ରୱାଲ ବ୍ଲକ ର ସାମୁହିକ ବିକାଶ ଓ ଉନ୍ନତି ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ କୋକସରା ଡ଼. ହିମାଞ୍ଚଳ ମାଝୀ, ସମ୍ମାନୀତ ଅତିଥି ଭାବେ ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ, ଥାନା ଅଧିକାରୀ ଜୟ ପ୍ରକାଶ ହୋତା ପ୍ରମୁଖ ଉପସ୍ଥିତ ରହି ବ୍ଲକ ର ଦୁର୍ଗମ ଅଞ୍ଚଳ ରେ ସ୍ୱାସ୍ଥ୍ୟ ସେବା ପାଇଁ ସମର୍ପିତ ଆଶା କର୍ମି ଉର୍ମିଳା ଠାକୁର, ଯୁବ ରକ୍ତଦାତା ତଥା ଅଧ୍ୟାପକ ଭୁବନେଶ୍ୱର ଦିଶାରୀ, ଯୁବ ଚାଷି ରାହୁଲ ଦଳପତି, ଇଂରାଜୀ ରେ ବହି ଲେଖି ଚର୍ଚ୍ଚା ରେ ଥିବା ଛାତ୍ର ରୁଦ୍ରାଶଂ ସାହୁ, ଯୁବ ସାମ୍ବାଦିକ ବସନ୍ତ ସରାବୁ, ଜଗଦୀଶ ନାଏକ ଙ୍କୁ ବ୍ଲକ ରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ପାଇଁ ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ପେରେଡ଼ ରେ ଅଂଶଗ୍ରହଣ କରିଥିବା ଜବାହାର ଉଚ୍ଚ ବିଦ୍ୟାଳୟ ର ଏନସିସି ଛାତ୍ରଛାତ୍ରୀ ଙ୍କୁ ପ୍ରଥମ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ଦ୍ଵିତୀୟ ସ୍ଥାନ ଅଳଙ୍କୃତ କରି ଥିବାରୁ ମାନପତ୍ର ସହ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ଗୀତ ଉପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେଡ଼ କାର୍ଯ୍ୟକ୍ରମ କୁ ନୋଡାଲ କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ସୁନ୍ଦର ଶୈଳୀ ରେ ମଞ୍ଚ ସଂଯୋଜନା ବରିଷ୍ଠ ଶିକ୍ଷକ ବୈକୁଣ୍ଠ ଜାଲ କରିଥିଲେ। କାର୍ଯ୍ୟକ୍ରମ କୁ ବ୍ଲକ ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ବିଏସଏସଓ ସୁନ୍ଦର ନାଏକ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ