କଳାହାଣ୍ଡି,୧୫/୦୮
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ପି.ଏମ୍.ଶ୍ରୀ କେନ୍ଦ୍ରିୟ ବିଦ୍ୟାଲୟ ଭବାନୀପାଟଣା ରେ ୭୯ ତମ ସ୍ବାଧିନତା ଦିବସ ପାଳନ କରାଯାଇଛି । ବିଦ୍ୟାଳୟ ରେ ଜାତୀୟ ପତାକା ଉତ୍ତୋଳନ ପରେ ଛାତ୍ରଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ ଓ ପରେଡ଼ ରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଭୀମସେନ୍ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହା ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦେଶ ର ଅସ୍ମିତା ଉପରେ ଅଭିଭାଷଣ ଦେଇ ଛାତ୍ରଛାତ୍ରୀ ଙ୍କ ମନରେ ଦେଶପ୍ରେମ ଓ ଜାତୀୟତା ର ବହ୍ନି ଉଜାଗର କରିଥିଲେ।ଏହାପରେ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ, ସଙ୍ଗୀତ ଏବଂ ଭାଷଣ ଉପସ୍ଥାପନା କରାଯାଇଥିଲା ଯେଉଁଥିରେ ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀ ଙ୍କୁ ଏବଂ ଦେଶପ୍ରେମୀ ନୃତ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା | ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିନେଶ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ପିଏମଶ୍ରୀ କେନ୍ଦ୍ରିୟ ବିଦ୍ୟାଲୟ ଭବାନୀପାଟଣା ରେ ୭୯ ତମ ସ୍ବାଧିନତା ଦିବସ ପାଳନ।
