Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସ୍କନ ପରିବାର ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ପାଳିତ,ଉତ୍ସଵ ମୁଖର ପରିବେଶ।

କଳାହାଣ୍ଡି,୧୭/୦୮
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ଶ୍ରୀ ଶ୍ୟାମ କୁଟୀର ରେ ଇସ୍କନ ପରିବାର ଧର୍ମଗଡ ତରଫରୁ ଶୁକ୍ରବାର, ଶନିବାର ଓ ରବିବାର ତିନି ଦିନ ଧରି ମହା ଆଡମ୍ବରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ତିନି ଦିନ ଧରି ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଭଜନ, ନୃତ୍ୟ, ଫେନ୍ସି ଡ୍ରେସ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ଅନୁଷ୍ଠିତ ପ୍ରତିଯୋଗିତା ରେ ସମାଜସେବୀ ଘନଶ୍ୟାମ ଅଗ୍ରୱାଲ ଏବଂ ଅଧ୍ୟାପକ ଗଣପତି ବାଗ ବିଚାରପତି ଦାୟିତ୍ୱ ତୁଲାଇଥିଲେ। ଆଜି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ,ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ କିଶୋର ଅଗ୍ରୱାଲ, ଜଗନ୍ନାଥ ସେବା ସମିତି ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଯୁବ ସମାଜସେବୀ ହିମାଂଶୁ ପଣ୍ଡା, ବିଜେପି ନଗର ସଭାପତି ସୌରଭ ମିତ୍ତଳ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। ଜନ୍ମାଷ୍ଟମୀ ଉତ୍ସଵ ପାଇଁ ଶ୍ରୀରାମ କୁଟୀର ଉତ୍ସଵ ମୁଖର ହୋଇ ଉଠିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ