Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସଏନଏସ ବିଦ୍ୟାପୀଠ ଚାରବାହଲ ରେ ଜନ୍ମାଷ୍ଟମୀ ଉତ୍ସଵ ପାଳନ।

କଳାହାଣ୍ଡି,୧୮/୦୮
କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚାରବାହାଲ ଗ୍ରାମ ରେ ସ୍ଥିତ ଏସଏନଏସ ବିଦ୍ୟାପୀଠ ରେ ଜନ୍ମାଷ୍ଟମୀ ମହୋତ୍ସବ ଧୁମଧାମରେ ପାଳନ କରାଯାଇଛି। ଆଜି ଉତ୍ସଵ ଅବସରରେ ବିଦ୍ୟାଳୟ ରେ ଜନ୍ମାଷ୍ଟମୀ ଉତ୍ସଵ କୁ ରାଧା କୃଷ୍ଣ ବେଶ ରେ ସୁସଜ୍ଜିତ ହୋଇ କୁନି କୁନି ଛାତ୍ରଛାତ୍ରୀ ମାନେ ଆସି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷ ଭାଗ୍ୟଧର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱ।ନ,ସମ୍ମାନିତ ଅତିଥି ଭାବେ ମେନେଜିଙ୍ଗ ଡ଼ାଇରେକ୍ଟର ମହେଶ କୁମାର ପଣ୍ଡା,ମୋଟେର ଫାଣ୍ଡି ଅଧିକାରୀ ମନଧର ମାଝୀ, ଆଇନଜୀବୀ ରବି ପୃଷ୍ଟି ଉପସ୍ଥିତ ରହି ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ ଜନ୍ମାଷ୍ଟମୀ ଅବସରରେ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମ କୁ ଭାଇସ ପ୍ରିନ୍ସିପାଳ ରଚୟିତା ପାଢ଼ୀ, ସ୍ୱରୂପ ପଣ୍ଡା ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ଉପସ୍ଥିତ ରହି ଜନ୍ମାଷ୍ଟମୀ ଉତ୍ସଵ ପାଳନ ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ