Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଠ ଚୋରା ଚାଲାଣ ବେଳେ ବନ ବିଭାଗ ର ଚଢାଉ,ଟ୍ରକ୍ ଜବତ ୨ ଜଣ ଙ୍କୁ କୋର୍ଟ ଚାଲାଣ କଲା ବନ ବିଭାଗ |

କଳାହାଣ୍ଡି,୧୮/୦୮
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ବେହେରା ରେଞ୍ଜ ଡିଭିଜନ ଅନ୍ତର୍ଗତ ସାନ ପୋଡ଼ାଗୁଡା କୋଲୋନିପଡା ରାଜୀବ ନଗର ନିକଟରେ ରବିବାର ବିଳମ୍ବିତ ରାତିରେ ବେଆଇନ ସ୍ଥାନୀୟ ଚାଷଜମି ରୁ ଜଙ୍ଗଲ ବିଭାଗ ର ବିନା ଅନୁମତି ରେ ଅର୍ଜୁନ କାଠ ଚୋରା ଚାଲାଣ କରୁଥିବା ନେଇ ବନ ବିଭାଗ କୌଣସି ସୂତ୍ର ରୁ ଖବର ପାଇ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଏସିଏଫ୍ ଓଁକାର ଦାସ ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କାଉର, ବେହେରା ରେଞ୍ଜ ଫରେଷ୍ଟର ରାଜେନ୍ଦ୍ର ନାଏକ ଏବଂ ବନ ବିଭାଗର କର୍ମଚାରୀ ଙ୍କ ସହଯୋଗ ରେ ଚଢାଉ କରି ଘଟଣାସ୍ଥଳରୁ କାଠ ଚୋରା ଚାଲାଣ ରେ କରୁଥିବା ଏକ ଟ୍ରକ (ଓଡ଼ି ୦୫ ଏ.ଏକ୍ସ ୫୧୬୯) କୁ କାଠ ଲୋଡ଼ ସହ ଜବତ କରିବା ସହ ଡ୍ରାଇଭର ଜିତେନ୍ଦ୍ର ବିଶ୍ୱାଳ ଓ ହେଲ୍ପର ଶ୍ରୀମୟ ଦାସ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି ବନ ବିଭାଗ |
ସୂଚନା ମତେ ଦିର୍ଘ ମାସ ହେବ କୋକସରା ବ୍ଲକ ର ଗୋତୋମୁଣ୍ଡା, ପୋଡ଼ାଗୁଡା, ମହିମା, ଟେମରା,ବଡ଼ ପୋଡ଼ାଗୁଡା,ଆମପାଣି, ବରାଡୋଙ୍ଗା,ରେଙ୍ଗାଳପାଲି, ଗମ୍ଭାରୀଗୁଡା ପଞ୍ଚାୟତ ଅଞ୍ଚଳ ରୁ କାଠ ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ଗୋତୋମୁଣ୍ଡା ଅଞ୍ଚଳ ର କିଛି କାଠ ଦଲାଲ ପଡୋଶୀ ଜିଲ୍ଲା ଓ ରାଜ୍ୟର ର କାଠ ମାଫିଆ ଙ୍କ ସହ ସକ୍ରିୟ ରହି ଦୀର୍ଘ ଦିନ ଧରି କାଠ ଚୋରା ଚାଲାଣ କରୁଥିବା ନେଇ ପୂର୍ବରୁ ବନ ବିଭାଗ ପାଖରେ ଖବର ଥିଲା,ବନ ବିଭାଗ ଆଖିରେ ଚଖମା ଦେଇ ଏହି କାଠ ସବୁ ଜିଲ୍ଲା ଓ ରାଜ୍ୟ ବାହାର କୁ ଚାଲାଣ ହେଉଥିଲା |ବାହାର ଜିଲ୍ଲା ର ଶ୍ରମିକ ମାନେ ଆସି ଏହି ଅଞ୍ଚଳ ରୁ ମେସିନ ଲଗାଇ ମୂଲ୍ୟବାନ ଗଛ ଗୁଡିକ କାଟି ଟ୍ରକ ରେ ବାହାର ଜିଲ୍ଲା ଓ ରାଜ୍ୟ କୁ ଚାଲାଣ କରୁଥିଲେ | ଜବତ କାଠ ର ମୂଲ୍ୟ ୧.୫ ଲକ୍ଷ ଟଙ୍କା ର ବୋଳି ସୂଚନା ମିଳିଛି। ଏନେଇ ଧର୍ମଗଡ ରେଞ୍ଜ ପକ୍ଷରୁ ଏକ କାଠ ଚୋରା ଚାଲାଣ ମାମଲା କେଶ ନମ୍ବର ୩୪/୨୫ ରୁଜୁ କରି ୨ ଅଭିଯୁକ୍ତକୁ କୋର୍ଟ ଚାଲାଣ କରା ଯାଇଥିବା ନେଇ ଧର୍ମଗଡ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର କାଉର ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ