କଳାହାଣ୍ଡି,୨୦/୦୮
ଭବାନୀପାଟଣା ସ୍ଥିତ ପି.ଏମ. ଶ୍ରୀ. କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ସଂକୁଳ ସ୍ତରୀୟ କଲା ଉତ୍ସବ ଆୟୋଜିତ ହୋଇଯାଇଛି I ବିଦ୍ୟାଳୟର ଅଧ୍ୟକ୍ଷ ଭୀମସେନ ପଣ୍ଡା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗବେଷକ ଓ ଶିକ୍ଷକ ଶ୍ରୀ ଉମେଶ ଚନ୍ଦ୍ର ଶତପଥି ଓ ପୂର୍ବତନ ସଭାପତି ମହାବୀର ସାଂସ୍କୃତିକ ଅନୁଷ୍ଠାନ ଏବଂ ସାରଳା ପୁରସ୍କାର ବିଜେତା ଶ୍ରୀ ଜୟନ୍ତ ବେହେରା ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପଣ୍ଡା ସ୍ୱାଗତ ଅଭିଭାଷଣ ସହ ଏହି ଉତ୍ସବର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀ ସଂପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ କେଭି ଭବାନୀପାଟଣା ସହିତ, କେଭି ଧର୍ମଗଡ , କେଭି ବଡ଼ମାଳ , କେଭି ବଲାଙ୍ଗୀର , କେଭି ଖରିଆର , କେଭି ନୂଆପଡା,କେଭି ସୋନପୁର ଓ କେଭି ବରଗଡ ର ଛାତ୍ରଛାତ୍ରୀ ମାନେ ଉତ୍ସାହ ର ସହିତ ଭାଗ ନେଇଥିଲେ I କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ଛାତ୍ରଛାତ୍ରୀ ଙ୍କ କଳା ପ୍ରଦର୍ଶନ ବିଚାର କରିବା ପାଇଁ ୪ ଜଣ ବିଚାରପତି ଉପସ୍ଥିତ ଥିଲେ I
ଲୋକ ଓ ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ଦୃଶ୍ୟକଳା, ଏବଂ ଦେଶୀୟ ଖେଳ-ଖେଳଣା ବିଭାଗରେ ଛାତ୍ରଛାତ୍ରୀମାନେ ନିଜର ସାଂସ୍କୃତିକ ଉତ୍ସାହ ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ।ମଞ୍ଚ,ସଙ୍ଗୀତ,ଚିତ୍ରାଙ୍କନ ୨ ଓ ୩ ଆର୍ଟ ଇତ୍ୟାଦି ମାଧ୍ୟମରେ ନିଜ କଳା ପ୍ରଦର୍ଶନ କରିଥିଲୋ ଶେଷରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଓ ମୁଖ୍ୟଅତିଥିଙ୍କ ଦ୍ୱାରା ରା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା I ବିଜେତା ମାନଙ୍କୁ ସମାପନୀ ଅନୁଷ୍ଠାନ ରେ ସମ୍ମାନିତ କରାଗଲା ଏବଂ ସେମାନେ ବର୍ତ୍ତମାନ ସଂକୁଳ ସ୍ତର ରୁ ଆଞ୍ଚଳିକ ସ୍ତରରେ ପ୍ରତିନିଧିତ୍ୱ କରିବେ। ଏହା ଫଳରେ କଳା ଉତ୍ସବ ୨୦୨୫ ସ୍ମରଣୀୟ ଓ ପ୍ରେରଣାଦାୟକ ଅଭିଜ୍ଞତାରେ ପରିଣତ ହୋଇଛି। ଶେଷରେ ରାଷ୍ଟ୍ର ଗାନ ସହିତ କାର୍ଯ୍ୟକ୍ରମ ର ସମାପନ ହୋଇଥିଲାI
ପି.ଏମ. ଶ୍ରୀ. କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣାରେ ସଂକୁଳ ସ୍ଥରୀୟ କଲା ଉତ୍ସବ ଆୟୋଜିତ ।
