Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ଵିତୀୟ ଆଡ଼ଲ ଜିଲ୍ଲା ଜଜ୍ କୋର୍ଟ ସ୍ଥାପନ ପାଇଁ ଆଇନ ମନ୍ତ୍ରୀଙ୍କୁ ଧର୍ମଗଡ ଓକିଲ ସଂଘର ଦାବିପତ୍ର ପ୍ରଦାନ।

କଳାହାଣ୍ଡି,୨୫/୦୮
ଆଜି ଭୁବନେଶ୍ୱର ଠାରେ ଧର୍ମଗଡ଼ ବାର୍ ଆସୋସିଏସନ୍ ସଦସ୍ୟମାନେ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଙ୍କ ସହ ମାନ୍ୟବର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ଧର୍ମଗଡ଼ରେ ଦ୍ଵିତୀୟ ଆଡ଼ଲ ଜିଲ୍ଲା ଜଜ୍ କୋର୍ଟ ସ୍ଥାପନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଧର୍ମଗଡ ବିଧାୟକ ପଟ୍ଟଯୋଷୀଙ୍କ ସହ ଧର୍ମଗଡ ବାର୍ ଆସୋସିଏସନ୍‌ର ସଭାପତି କୃପାସିନ୍ଦୁ ପଣ୍ଡା, ବରିଷ୍ଠ ବାର୍ ସଦସ୍ୟ ସୁବାଷ ପାଣିଗ୍ରାହି, ଭବାନୀ ଦାସ, ସୁମନ୍ତ ପଣ୍ଡା ଏବଂ ବସନ୍ତ ଠାକୁର ଉପସ୍ଥିତ ଥିଲେ ।ଦ୍ଵିତୀୟ ଆଡ଼ଲ ଜିଲ୍ଲା ଜଜ୍ କୋର୍ଟ ସ୍ଥାପନ ହେଲେ ଧର୍ମଗଡ଼ ଅଞ୍ଚଳର ଲୋକଙ୍କ ପାଇଁ ନ୍ୟାୟ ପ୍ରାପ୍ତି ଆହୁରି ତ୍ଵରାନିତ ହେବ ବୋଲି ବିଧାୟକ ଶ୍ରୀ ପଟ୍ଟଯୋଷୀ ପ୍ରକାଶ କରିଛନ୍ତି ।
ପୁନଶ୍ଚ,ଧର୍ମଗଡ଼ ବାର ଆସୋସିଏସନର ବାର ସଦସ୍ୟମାନେ କଟକରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ଶଶିକାନ୍ତ ମିଶ୍ରଙ୍କୁ ଭେଟି ଧର୍ମଗଡ଼ରେ ବର୍ତ୍ତମାନର କୋର୍ଟ କୋଠା ଭିତରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ଏବଂ କୋର୍ଟ କୋଠା ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ଓ ଧର୍ମଗଡ଼ ବାରର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ