Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ମଦ ଦୋକାନ ରେ ପୋଲିସ ର ଚଢ଼ାଓ, ବିପୁଳ ପରିମାଣର ବିଦେଶୀ ମଦ ଜବତ ।

କଳାହାଣ୍ଡି,୩୦/୦୮
ବେଆଇନ ମଦ ବିକ୍ରି ହେଲା କାଳ। ଧର୍ମଗଡ ପୋଲିସ ର ବଡ଼ ସଫଳତା | ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଗୋଡ଼ଭଞ୍ଜା ସ୍ଥିତ ଗୋପାଳ ମେହେର ଙ୍କ ବେଆଇନ ମଦ ଦୋକାନ ଉପରେ ପୋଲିସ ଚଢ଼ାଓ କରିଥିଲା । ଗୋପାଳ ମେହେର ଖୁଲମଖୁଲା ଦେଶୀ ଓ ବିଦେଶୀ ମଦ କାରବାର ଚଳେଇ ଥିବା ବେଳେ ପୋଲିସ ଚଢ଼ାଓ କରିଛି ଏବଂ ପୋଲିସ ର ତନାଘନା ଜାରିରହିଛି। ଗତ ଏପ୍ରିଲ ମାସରେ ତତ୍କାଳୀନ ଥାନା ଅଧିକାରୀ ପ୍ରଶାନ୍ତ କୋଳାହରସ ଙ୍କ ନେତୃତ୍ୱରେ ଉକ୍ତ ମଦ ଦୋକାନ ରୁ ୨୦୧ ଲିଟର ବିଦେଶୀ ମଦ ଜବତ କରିଥିବା ବେଳେ ପୁଣି ଗତକାଲି ବିଳମ୍ବିତ ରାତ୍ରିରେ ଉକ୍ତ ମଦ ଦୋକାନ ରୁ ୧୮୭.୪୭ ଲିଟର ମଦ ଜବତ କରିଥିବା ଥିବା ବେଳେ ମଦ ବ୍ୟବସାୟୀ ଗୋପାଳ ମେହେର କୁ ପୋଲିସ ଗିରଫ କରିଥିଲା । ଧର୍ମଗଡ ଥାନା ଅଧିକାରୀ ସୁଦର୍ଶନ ନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଉକ୍ତ ଚଢ଼ାଓ ସମୟରେ ପୋଲିସ ଏସଆଇ ସନ୍ତୋଷ କୁମାର ସେଠୀ, ଏଏସଆଇ ପ୍ରବୀଣ କୁମାର ରଥ,ଏଏସଆଇ ଲକ୍ଷ୍ମୀକାନ୍ତ ପଣ୍ଡା ଏବଂ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ଧର୍ମଗଡ ଥାନା କେଶ ନମ୍ବର ୨୨୩/୨୫ ରେ ଏକ ମାମଲା ରୁଜୁ କରି ଓଡିଶା ଏକସାଇଜ ଆକ୍ଟ ୫୨( ଏ) ରେ ନୋଟିସ ଦେଇ ଅଭିଯୁକ୍ତ ଗୋପାଳ ମେହେର କୁ ଛାଡି ଦିଆଯାଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ସନ୍ତୋଷ ସିର୍କା ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ